ଯୋଡା: ଦିଲ୍ଲୀ ମ୍ୟାନେଜମେଣ୍ଟ ଆସୋସିଏସନ୍ ଏବଂ ଥୋମାସ୍ ଆସେସମେଣ୍ଟସ୍ ଦ୍ୱାରା ୧୪ ଡିସେମ୍ବର ୨୦୨୨ ତାରିଖରେ ଆୟୋଜିତ ୧୧ ତମ “ଏଚଆର କନକ୍ଲେଭରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ବଡ଼ବିଲ ପେଲେଟ୍ ପ୍ଲାଣ୍ଟ ଏବଂ ଟେନସା ଓ କାସିଆ ଆଇରନ୍ ମାଇନ୍ସ ୟୁନିଟ୍ ସମ୍ମାନଜନକ “ଜାତୀୟ ମାନବସମ୍ଭଳ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ହାବିଟାଟ ସେଣ୍ଟର’ ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଶ୍ରୀ ସରତ କିଶୋର ପଣ୍ଡା, ମାନବସମ୍ଭଳ ବିଭାଗ ମୁଖ୍ୟ (ପେଲେଟ୍ ଏବଂ ଆଇରନ୍ ଓର ବ୍ୟବସାୟ) ତାଙ୍କ ଏଚଆର ଟିମ୍ ସହିତ ଏହି ପୁରସ୍କାର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ବର୍ଗରେ ଶ୍ରେଷ୍ଠ ପ୍ରତିଭା ପରିଚାଳନା ଏବଂ କର୍ମଚାରୀ ଜୀବନ-ଚକ୍ର ପରିଚାଳନା ପାଇଁ ଶ୍ରୀ ପଣ୍ଡା ଶ୍ରେଷ୍ଠ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଉପସ୍ଥାପନାରେ ଶ୍ରୀ ପଣ୍ଡା ପ୍ରଭାବଶାଳୀ ମାନବସମ୍ଭଳ ଅଭ୍ୟାସ ତଥା କୋଭିଡ -୧୯ ସମୟରେ ବିଭିନ୍ନ ସଂଗଠନ ଏବଂ ମାନବସମ୍ଭଳ ବିଭାଗ ସମ୍ମୁଖୀନ ହୋଇଥିବା ଆହ୍ୱାନ ଓ ତାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ପଣ୍ଡା ତାଙ୍କ ଦଳକୁ ଶ୍ରେୟ ଦେବା ସହ, ଆଶିଷ ପାଣ୍ଡେ, ପେଲେଟ ଏବଂ ଆଇରନ୍ ବ୍ୟବସାୟ ମୁଖ୍ୟ, ବ୍ରିଜ୍ ବଧଦ୍ର, ପେଲେଟ ୟୁନିଟ୍ ମୁଖ୍ୟ, ପ୍ରମୋଦ ପାତ୍ର, ଟେନ୍ସା ୟୁନିଟ୍ ମୁଖ୍ୟ ଏବଂ ଅଜିତ ପାତ୍ର, କାସିଆ ୟୁନିଟ୍ ମୁଖ୍ୟଙ୍କ ନେତୃତ୍ବ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ, ସେ ଏହି ତିନି ୟୁନିଟର ମାନବସମ୍ଭଳ ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କ ଅଧ୍ୟବସାୟ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।