ଓଡିଶା

ବହୁ ଆଡମ୍ୱରରେ ପାଳନ ହେଲା ପଡ଼ା ଗ୍ରାମରେ ବାର୍ଷିକ ହରିମେଳା

ଅନୁଗୁଳ/ ସୁଧାକର ସାହୁ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ପଡ଼ା ଗ୍ରାମରେ ବାର୍ଷିକ ହରିମେଳା ବହୁ ଆଡମ୍ୱର ସହକାରେ ପାଳନ କରାଯାଇଛି । ତେବେ ଏହା ବୈଶାଖ ମାସ ଶୁକ୍ଳପକ୍ଷ ୨୫-୪-୨୦୨୩ ତାରିଖ ମଙ୍ଗଳବାରଦିନ ବୈଦିକରୀତି ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ଏଥିରେ ଆଖ ପାଖରୁ ପ୍ରାୟ ୯୦ ଦଳ କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ। ଗ୍ରାମବାସୀ କହିବା ଅନୁଯାୟୀ ଏହି ଉତ୍ସବ ବର୍ଷ ବର୍ଷ ଧରି ଗ୍ରାମବାସୀ ପାଳନ କରୁଛନ୍ତି। ଏହା ଗ୍ରାମ ଗ୍ରାମ ଭିତରେ ଓ ଲୋକ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରୁଛି। କଳା ସଂସ୍କୃତି ଲୁଚି ଯାଉଥିବା ବେଳେ ଏହାକୁ ବଞ୍ଚାଇରଖିବା ପ୍ରୟାସକୁ ଅଞ୍ଚଳ ବାସି ପ୍ରସଂସା କରିଛନ୍ତି। ଦୂର ଦୁରାନ୍ତରୁ କୀର୍ତ୍ତନ ମଣ୍ଡଳୀ ଆସୁ ଥିବା ବେଳେ ସମସ୍ତ ମାନଙ୍କ ପାଇଁ ପ୍ରସାଦସେବବ୍ୟବସ୍ତା କରାଯାଇଛି । ଏହି ଆଧ୍ୟାତ୍ମିକ ପରିବେଶରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

Related posts

ଡିସେମ୍ବରରେ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷା

mahabharatanews

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ଆସନ୍ତୁ ବୁଲିଯିବା ‘କୋଇଲି ଘୋଘର’

mahabharatanews