ଓଡିଶା

ବର୍ଷାରେ ଭିଜିଲା ସାରା ଓଡିଶା

(ଭୁବନେଶ୍ୱର)  : ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି  । ସ୍ୱଳ୍ପ ସମୟ ହେଉ ପଛେ ଅସରାଏ ବର୍ଷାରେ ଭିଜିଥିଲା ଓଡିଶାର  କିଛିଟା ଜିଲ୍ଲା । ଉପକୂଳ ଓଡିଶାରେ ପାଗ ମେଘୁଆ ସହିତ କାଳବୈଶାଖୀ ବର୍ଷା ଜାରି ରହିଛି । ତେବେ ହାକୁଳ ବର୍ଷକୁ ନେଇ ବେଶ ଖୁସି ଅଛନ୍ତି ରାଜ୍ୟବାସୀ । ଆଗକୁ ମୁଠି ଅନୁକୂଳ କରିବାକୁ ଥିବା ବେଳେ ଏହି ପ୍ରାଥମିକ ବର୍ଷା ବେଶ ଲାଭଦାୟକ ହେବ ବୋଲି ଆଶା ରଖିଛନ୍ତି ଚାଷୀ  ।

ସେହିପରି ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ହୋଇଛି । ଏହାଛଡ଼ା ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଉପକୂଳ ଓଡିଶାରେ ୧୦ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ଦାମିନି ଆପରୁ ବିଜୁଳି ସମ୍ପର୍କରେ ସୂଚନା ମିଳିଛି । ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related posts

ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

mahabharatanews

ପୁରୀର ନାମ ପରିବର୍ତ୍ତନ ଅନାବଶ୍ୟକ: ଶଙ୍କରାଚାର୍ଯ୍ୟ

mahabharatanews

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews