ବିଶ୍ୱ

ୟୁକ୍ରେନରେ ବିପର୍ଯ୍ୟୟ ,ପାଣିଘେରରେ ୫୦ରୁ ଅଧିକ ସହର

(କିବ୍‌) : ପାଣି ଘେରରେ ଲକ୍ଷାଧିକ ଲୋକେ ।  ନୋଭା କାଖୋବକା ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼ ଜଳମଗ୍ନ। ଡ୍ୟାମ୍‌ ଭୁଶୁଡ଼ିବାପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି ୫୦ରୁ ଅଧିକ ସହର ଏବଂ ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପାଣି ଘେରରେ ରହି ବି ଲୋକଙ୍କ ପାଖରେ ଏବେ ପିଇବା ପାଇଁ ପାଣି ମୁନ୍ଦେ ନାହିଁ। ୟୁକ୍ରେନ ସେନା ପକ୍ଷରୁ ଆକାଶ ମାର୍ଗରୁ ଲୋକଙ୍କ ପାଇଁ ପାଣି ବଟଲ୍‌ ପକାଯାଉଛି।

ସୂଚନାନୁଯାୟୀ , ବନ୍ୟା ଯୋଗୁଁ ଆଗକୁ ରୋଗର ବିପଦ ବି ରହିଛି। ରୁଷ୍‌ ପାର୍ଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ନୋଭା କାଖୋବକା। ରୁଷ୍‌ କର୍ତ୍ତୃପକ୍ଷମାନେ ଏଠାରେ ଏମର୍ଜେନ୍ସି ଜାରି କରିଛନ୍ତି। ଇତିମଧ୍ୟରେ ବିଶ୍ବ ବ୍ୟାଙ୍କ କହିଛି ୟୁକ୍ରେନରେ କ୍ଷତି ଆକଳନ କରିବାପରେ ସହଯୋଗ ପ୍ରଦାନ କରାଯିବ।

Related posts

ମୋ‌ରୋକୋରେ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୮୨୦ ପାର

mahabharatanews

Bangladesh violence: ନେତାଙ୍କ ହୋଟେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ,ଜଳିଗଲେ ୮ ଜଣ

mahabharatanews

ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି 

mahabharatanews