ମନୋରଞ୍ଜନ

ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିକ୍ରିୟା ଦେଲେ ବିବେକ ଅଗ୍ନିହୋତ୍ରୀ

(ମୁମ୍ବାଇ) :  ଫିଲ୍ମ ‘ଆଦିପୁରୁଷ’ ବିବାଦୀୟ ହୋଇପଡ଼ିଥିବା ବେଳେ ଏହି ସିନେମାକୁ ନେଇ ଖ୍ୟାତନାମା ନିର୍ମାତା ତଥା ସିବିଏଫସି ବୋର୍ଡ ସଦସ୍ୟ ବିବେକ ଅଗ୍ନିହୋତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ମୁଁ ସିବିଏଫସି ବୋର୍ଡର ଅଂଶ ଅଟେ। ସାର୍ଟିଫିକେଟ୍ ପାଇଁ ଆମେ ଫିଲ୍ମ ଦେଖୁନାହୁଁ। ଏହି ଚଳଚ୍ଚିତ୍ରକୁ ସାଧାରଣ ପୁରୁଷ ଏବଂ ମହିଳା ଦେଖନ୍ତି। କେଉଁ ପର୍ଯ୍ୟାୟରେ ଫିଲ୍ମର କ’ଣ ହେଲା ଏବଂ କିଏ ଏହାକୁ ଦେଖିଲା ମୁଁ ଜାଣେ ନାହିଁ ।’

ସେ ଆହୁରି କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖି ନାହିଁ ମୁଁ ‘ଭ୍ୟାକ୍ସିନ୍ ଓ୍ବାର୍’ ପାଇଁ ସୁଟିଂରେ ବ୍ୟସ୍ତ ଥିଲି। ମୁଁ କିଛି ଦିନ ପୂର୍ବରୁ ଫିଲ୍ମର କାମ ଶେଷ କରିଛି। ତେଣୁ, ମୁଁ ଆଦିପୁରୁଷ ବିଷୟରେ ଅଧିକ ଜାଣେ ନାହିଁ । ମୁଁ ସାଧାରଣତଃ ଅନ୍ୟ ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା କରେ ନାହିଁ । ଅନ୍ୟମାନଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଭଲ ହେଉ କି ଖରାପ ମୁଁ କୌଣସି ମତାମତ ଦେଇ ନାହିଁ,| ତଥାପି, ମୁଁ କହିବି ଯେ ଆସ୍ଥା (ବିଶ୍ୱାସ)ର ବିଷୟଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ|ଏ ଣୁ ପୌରାଣିକ ସିନେମା ନିର୍ମାଣ ବେଳେ ନିର୍ମାତା ଯଥେଷ୍ଟ ସତର୍କ ରହିବା ଉଚିତ।

 

Related posts

ନିଜର ସବୁ ସମ୍ପତ୍ତି ଦାନ କରିଦେବେ ସଲମାନ ଖାନ!

mahabharatanews

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

mahabharatanews

ଥମୁନି ଓଲିଉଡ଼ ମାମଲା ; ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ମନୋଜ 

mahabharatanews