(ମୁମ୍ବାଇ) : ଜୁଲାଇ ୧୧ରେ ଖିଲାଡି କୁମାର ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓଏମଜି-୨’ର ଟିଜର ରିଲିଜ୍ ହୋଇଥିଲା। ତେବେ ଫିଲ୍ମଟି ଅଗଷ୍ଟ ୧୧ରେ ତୀର୍ୟ୍ଯ ହେବାକୁ ଥିବା ବେଳେ ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ଅକ୍ଷୟଙ୍କ ପ୍ରଶଂସକ କହିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରତି ଫିଲ୍ମ ପାଇଁ ଅକ୍ଷୟ ୫୦-୧୦୦କୋଟି ନେଉଥିବା ବେଳେ ‘ଓଏମଜି-୨’ପାଇଁ ପାରିଶ୍ରମିକ କମାଇ ୩୫କୋଟି ଟଙ୍କା ନେଇଛନ୍ତି। ଏହା ସହ ପଙ୍କଜ ତ୍ରିପାଠି ୫କୋଟି ଟଙ୍କା ନେଇଥିବା ବେଳେ ୟାମୀ ଗୌତମ ନେଇଛନ୍ତି ୨-୩କୋଟି ଟଙ୍କା।
ସୂଚନାନୁଯାୟୀ , ‘ଓଏମଜି-୨’କୁ ନେଇ ଆଶାବାଦୀ ଅଛନ୍ତି ଅକ୍ଷୟ। ଏହି ଫିଲ୍ମ ତାଙ୍କ ଫ୍ଲପ ଫିଲ୍ମ ରେକର୍ଡରେ ପରିବର୍ତ୍ତନ ଆଣିବ ବୋଲି ଅକ୍ଷୟ ଆଶା ରଖିଛନ୍ତି।