ମନୋରଞ୍ଜନ

ଜାଣନ୍ତୁ ଫିଲ୍ମ ‘ଓଏମଜି-୨’ପାଇଁ କେତେ କୋଟି ନେଇଛନ୍ତି ଅକ୍ଷୟ କୁମାର

(ମୁମ୍ବାଇ) :  ଜୁଲାଇ ୧୧ରେ ଖିଲାଡି କୁମାର ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓଏମଜି-୨’ର ଟିଜର ରିଲିଜ୍ ହୋଇଥିଲା। ତେବେ ଫିଲ୍ମଟି ଅଗଷ୍ଟ ୧୧ରେ ତୀର୍ୟ୍ଯ ହେବାକୁ ଥିବା ବେଳେ  ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ଅକ୍ଷୟଙ୍କ ପ୍ରଶଂସକ କହିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରତି ଫିଲ୍ମ ପାଇଁ ଅକ୍ଷୟ ୫୦-୧୦୦କୋଟି ନେଉଥିବା ବେଳେ ‘ଓଏମଜି-୨’ପାଇଁ ପାରିଶ୍ରମିକ କମାଇ ୩୫କୋଟି ‌ଟଙ୍କା ନେଇଛନ୍ତି। ଏହା ସହ ପଙ୍କଜ ତ୍ରିପାଠି ୫କୋଟି ଟଙ୍କା ନେଇଥିବା ବେଳେ ୟାମୀ ଗୌତମ ନେଇଛନ୍ତି ୨-୩କୋଟି ଟଙ୍କା।

‌ସୂଚନାନୁଯାୟୀ ,  ‘ଓଏମଜି-୨’କୁ ନେଇ ଆଶାବାଦୀ ଅଛନ୍ତି ଅକ୍ଷୟ। ଏହି ଫିଲ୍ମ ତାଙ୍କ ଫ୍ଲପ ଫିଲ୍ମ ରେକର୍ଡରେ ପରିବର୍ତ୍ତନ ଆଣିବ ବୋଲି ଅକ୍ଷୟ ଆଶା ରଖିଛନ୍ତି।

 

Related posts

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

ଆଖି ବୁଜିଲେ ‘ଗଜନୀ’ ଫେମ୍ ପ୍ରଦୀପ ରାୱତ

mahabharatanews

ରାକ୍ଷୀଙ୍କୁ ଅଚାନକ ନିସ୍ତୁକ ମାଡ଼

mahabharatanews