ଓଡିଶା

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

(ପୁରୀ) :  ତୀର୍ଥ ଯାତ୍ରୀ ବସ କୁ ଧକ୍କା ଦେଲା ଅନ୍ଯ ଏକ ତୀର୍ଥ ଯାତ୍ରୀ ବସ । ଫଳରେ ୧୦ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୧୬ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେ । ପଛ ବସ୍‌ରେ ଥିବା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁଯାୟୀ , ୨ଟି ଯାକ ବସ୍‌ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଉଭୟ ବସ୍‌ର ଯାତ୍ରୀଙ୍କୁ ସୁବିଧା କରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଚେଷ୍ଟା କରୁଛି ପୋଲିସ ।   ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇଟି ବସରେ ୬୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଦୁର୍ଘଟଣା ନେଇ ବସ୍ତା ପୋଲିସ ତଦନ୍ତ କରୁଛି । ତେବେ ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୪୦ ଜଣ ଯାତ୍ରୀ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଆସୁଥିବା ଜଣାପଡିଛି । ସେପଟେ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ସଚେତନତା ରଥ ଶୁଭାରମ୍ଭ

mahabharatanews

ନନ୍ଦନକାନନକୁ ଆସିଲେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍

mahabharatanews

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews