ଓଡିଶା

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ 

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରିଛନ୍ତି l ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l ଏହି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା  ଜଣାଇବା ସହ ଏକ ଲକ୍ଷ ଟଙ୍କାର ଏକ ଚେକ ଚିକିତ୍ସା ସହାୟତା ନିମନ୍ତେ ପ୍ରଦାନ କରିଛନ୍ତି l

ତେବେ ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ସାମିଲ ଥିଲେ l

Related posts

ବର୍ଷା ସମ୍ଭାବନା ; ୧୮ଜିଲ୍ଲାରେ ଓ୍ଵାର୍ଣ୍ଣିଂ ଜାରି

mahabharatanews

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews

ତୃତୀୟ ଲହରକୁ ଦୃଷ୍ଟିରେ ରଖି ସର୍ଭିଲାନ୍ସ ଜାରି ରଖିଛୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews