ଓଡିଶା

ଶିଶୁ ବଦଳ ମାମଲା;  ଆଜି ହେବ ଡିଏନ୍‌ଏ ଟେଷ୍ଟ 

(ଭୁବନେଶ୍ୱର) : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିବା ଶିଶୁ ବଦଳ ମାମଲାରେ ଆଜି ଶିଶୁ, ବାପା ଓ ମା’ଙ୍କ ଡିଏନ୍‌ଏ ଟେଷ୍ଟ ହେବ। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।  ଡିଏନ୍‌ଏ ଟେଷ୍ଟ ହେଉନଥିବା ଅଭିଯୋଗ ହେଉଥିଲା । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିକାରୀ ।

କ୍ୟାପିଟାଲ୍‌ ଥାନା ଅଧିକାରୀ କହିଛନ୍ତି ଯେ କୋର୍ଟରୁ ଡିଏନ୍‌ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ ଛୁଟି ପଡ଼ି ଯାଉଥିବାରୁ ଟେଷ୍ଟ କରାଯାଇ ନାହିଁ। ସୋମବାର ଛୁଟି ଥିଲେ ମଧ୍ୟ ଡିଏନ୍‌ଏ ଟେଷ୍ଟ କରାଯିବ।

ଘଟଣାନୁଯାୟୀ , କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ମଙ୍ଗଳବାର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ପ୍ରସୂତି ବିଭାଗ ଓଟିରେ ଏକ ଶିଶୁ ଜନ୍ମ ଦେଇଥିଲେ। ଓଟି ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟ ଆସି ତାଙ୍କର ପୁଅ ହୋଇଛି ବୋଲି କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ।

Related posts

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ରୋବର୍ଟ ସାହାଯ୍ୟରେ ୧୦୦ ସଫଳ ଅପରେସନ

mahabharatanews

ପଦ୍ମଶ୍ରୀ କମଳା ପୂଜାରୀ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନୀତ

mahabharatanews