ଓଡିଶା

୨୦ରେ ସୃଷ୍ଟି ହେବ ଏକ ଲଘୁଚାପ 

(ଭୁବନେଶ୍ୱର) :  ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ଫଳରେ ଏହାର ପ୍ରଭାବରେ ୨୦ ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୧ ତାରିଖ ବେଳକୁ କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ, ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଏହାର ସଂଲଗ୍ନ ଲାକ୍ଷାଦ୍ୱୀପ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

 

Related posts

ସମ୍ବଲପୁର ଏସପିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ଉପସଭାପତି

mahabharatanews

ଆରମ୍ଭ ହେଲା ଭୁବନେଶ୍ୱରରୁ ସିଙ୍ଗାପୁର ବିମାନ ସେବା

mahabharatanews

ଶେଷ ପର୍ଯ୍ୟାୟ ନିର୍ବାଚନ; ଆଜି ସରିବ ପ୍ରଚାର

mahabharatanews