ମନୋରଞ୍ଜନ

କଙ୍ଗନାଙ୍କ ‘ତେଜସ୍’ଦେଖି ଯୋଗୀଙ୍କ ଆଖିରେ ଲୁହ

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କର ଚଳଚ୍ଚିତ୍ର ‘ତେଜସ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ   ଫିଲ୍ମର ଆୟ ଉପରେ ପଡ଼ୁଥିବା ଦେଖାଯାଇଛି। ବକ୍ସ ଅଫିସ ଆୟ ଦେଖି କଙ୍ଗନା କିଛି ଦିନ ତଳେ ଦର୍ଶକଙ୍କୁ ପ୍ରେକ୍ଷାଳୟ ଯାଇ ଫିଲ୍ମ ଦେଖିବାକୁ କହିଥିଲେ। ଏବେ ତାଙ୍କ ଫିଲ୍ମ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିଥିବା ଜଣାପଡ଼ିଛି।

 

ସୂଚନାନୁଯାୟୀ , ଏ ସୂଚନା ନିଜେ କଙ୍ଗନା ନିଜ ଏକ୍ସ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଫିଲ୍ମ ‌ତେଜସର ସ୍କ୍ରିନିଂ ରଖାଯାଇଥିଲା। ମହାରାଜଜୀ ଆମ ସୈନିକମାନଙ୍କର ସାହସ, ଏବଂ ବଳିଦାନ ଦେଖିବା ପରେ ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଧନ୍ୟବାଦ ମହାରାଜଜୀ, ଆମେ ଆପଣଙ୍କ ପ୍ରଶଂସା ଏବଂ ଆଶୀର୍ବାଦ ପାଇ ଧନ୍ୟ ହୋଇଗଲୁ।

Related posts

୧୦୦୦ କୋଟି ଆୟ କଲା ଫିଲ୍ମ ‘ଯବାନ’ 

mahabharatanews

‘ପୁଷ୍ପା-୨’ ସୁଟିଂ ସେଟରେ ପହଞ୍ଚିଲେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

mahabharatanews

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

mahabharatanews