ମନୋରଞ୍ଜନ

 ‘ଟାଇଗର୍‌-୩’ କ୍ରେଜ;  ଅଗ୍ରୀମ ୧.୫୦ ଲକ୍ଷ ଟିକେଟ୍ ବିକ୍ରି

(ମୁମ୍ବାଇ) : ଏଥର ଦୀପାବଳିରେ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କ ଫିଲ୍ମ ‘ଟାଇଗର୍‌-୩’ ରିଲିଜ ହେବାକୁ ଥିବା ବେଳେ ଏବେଠାରୁ ୧.୫୦ ଲକ୍ଷ ଟିକେଟ୍ ବିକ୍ରି ହୋଇଛି।  ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଏହାର ଅଗ୍ରୀମ ବୁକିଂ ସଭିଙ୍କୁ ଚକିତ କରିଛି। ତେବେ ନଭେମ୍ବର ୧୨ ତାରିଖରେ ପ୍ରେକ୍ଷାଳରେ ମୁକ୍ତିଲାଭ କରିବ ସଲ୍‌ମାନଙ୍କ ବହୁପ୍ରତୀକ୍ଷିତ ଏହି ସିନେମାଟି।

ସୂଚନାନୁଯାୟୀ , ଆଡଭାନ୍ସ ବୁକିଂ ହେଉଛି, ସଲମାନ ଖାନଙ୍କ ‘ଟାଇଗର’ ‘ରିଲିଜ ହେବା ପୂର୍ବରୁ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମନୀଷ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଟାଇଗର’ ହେଉଛି ୟଶ ରାଜ ଫିଲ୍ମସ୍’ ସ୍ପାଏ ୟୁନିଭର୍ସ’ର ୫ମ ଚଳଚ୍ଚିତ୍ର। ସୋମବାର ସକାଳ ୮ଟା ସୁଦ୍ଧା ଏହି ସଂଖ୍ୟା ୧.୫୦ ଲକ୍ଷ ଅତିକ୍ରମ କରିଛି। ଆଡଭାନ୍ସ ବୁକିଂ ୱିଣ୍ଡୋ ଖୋଲିବା ମାତ୍ରେ ‘ଟାଇଗର ୩’ ୧.୫୦ ଲକ୍ଷ ଟିକେଟ ବିକ୍ରିରୁ ୪.୫୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ସର୍ବାଧିକ ବୁକିଂ ୨ଟି ସଂସ୍କରଣରେ କରାଯାଇଛି।

Related posts

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

‘କରାଚି ଟୁ ନୋଏଡା’; ଅଡିସନ ଆରମ୍ଭ

mahabharatanews