ମନୋରଞ୍ଜନ

 ଖ୍ରୀଷ୍ଟମାସରେ ରିଲିଜ ହେବ ମିଥୁନଙ୍କ ସିନେମା ‘କାବୁଲିୱାଲା’ 

(ମୁମ୍ବାଇ) :  ମିଥୁନଙ୍କ ସିନେମା ‘କାବୁଲିୱାଲା’ ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ପରିପ୍ରେକ୍ଷୀରେ ପରଦାକୁ ଆସିବ। ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ସିନେମା  ଏସ୍‌ଭିଏଫ୍‌ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଆଜି ସିନେମାର ଅଫିସିଆଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଖ୍ୟାତନାମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରହମତ ବା କାବୁଲିୱାଲା ଚରିତ୍ରରେ ଅଭିନୟ କରିଛନ୍ତି।

ସୂଚନାନୁଯାୟୀ , ସୁମନ ଘୋଷ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। କାବୁଲିୱାଲା ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍  ରହମତର କାହାଣୀ। ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସେ। ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ସ୍ଥାପନ ହୋଇଛି। ଭୌଗୋଳିକ ସୀମା ଏବଂ ସାଂସ୍କୃତିକ ବିଭେଦତା ସତ୍ତ୍ବେ ପ୍ରେମର ଗୁରୁତ୍ବ ସଂପର୍କରେ ଗଳ୍ପରେ ଯାହା ବର୍ଣ୍ଣନା ରହିଛି ତାହାକୁ ସିନେମାରେ ଚିତ୍ରଣ କରାଯାଇଛି। ପୋଷ୍ଟରରେ ରହମତ ଲମ୍ବା କୁର୍ତ୍ତା, ଢିଲା କୋଟ୍‌, ପାଣ୍ଟ, ମୁଣ୍ଡରେ ଧଳା ପଗଡ଼ି ଏବଂ ଡାହାଣ କାନ୍ଧରେ ଗଣ୍ଠିଲି ପକାଇଛନ୍ତି। ସେହିଭଳି ମିନି ବାଇଗେଣି ରଙ୍ଗର ପୋଷାକ ସହିତ ମଥାରେ ନାଲି ରିବନ ପିନ୍ଧିଛି।

Related posts

ସୋନମଙ୍କ ବଙ୍ଗଳାରେ ଡେଭିଡ୍‌ ବେକହାମ୍‌

mahabharatanews

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

mahabharatanews

ଟପଲେସ ହୋଇ ଟ୍ରୋଲ ହେଲେ ଉର୍ଫି

mahabharatanews