ଓଡିଶା

ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ସାରା ରାଜ୍ୟର ସମସ୍ତ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ଭବାନୀପାଟଣା, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର ପ୍ରଭୃତି ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ଥିଲା।

ସୂଚନାନୁଯାୟୀ,   ବାଲେଶ୍ବର ଜିଲ୍ଲାର ବାହାନଗାରେ ସର୍ବାଧିକ ୫ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Related posts

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ଆୟକର ବିଭାଗ ପକ୍ଷରୁ କ୍ରସର ୟୁନିଟ ଉପରେ ଚଢ଼ଉ

mahabharatanews

ରଥଯାତ୍ରା ବନ୍ଦ: ସୋନପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା

mahabharatanews