ମନୋରଞ୍ଜନ

ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲ ହେଲେ କଙ୍ଗନା

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିଆରଏସ ନେତା କେ.ଟି. ରାମା ରାଓ କଙ୍ଗନା ରାନାୱତଙ୍କୁ ଟ୍ରୋଲ କରିଥିବା ଜଣାପଡ଼ିଛି। ଏକ ସାକ୍ଷାତକାରରେ କଙ୍ଗନା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। ଏହାକୁ ନେଇ କେ.ଟି ରାମା ରାଓ କଙ୍ଗନାକୁ ଟ୍ରୋଲ କରି ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ ,  ଏକ ଟିଭି ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା କହିଥିଲେ ଯେ, ମୋତେ ଗୋଟିଏ କଥା କୁହ, ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୁଆଡେ ଯାଇଥିଲେ? ତାଙ୍କର ଏଭଳି ବୟାନକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

Related posts

ଗ୍ରାଣ୍ତ ରିସେପ୍ସନ୍ ପାର୍ଟି ଦେବେ ପରି-ରାଘବ

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews

ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ !

mahabharatanews