ମନୋରଞ୍ଜନ

ରିଲିଜ୍ ହେଲା ‘Pushpa 2’ର ଦ୍ୱିତୀୟ ଗୀତ

(ମୁମ୍ବାଇ): ଦକ୍ଷିଣର ପ୍ରସିଦ୍ଧ ଅଭିନେତା ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨- ଦ ରୁଲର୍’ ପାଇଁ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ଲୋକମାନେ ତାଙ୍କ ଫିଲ୍ମ ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ ‘Angaaron’ ମୁକ୍ତିଲାଭ କରିଛି। ଯାହା ବର୍ତ୍ତମାନ ମନୋରଞ୍ଜନ ଜଗତରେ ଚହଳ ସୃଷ୍ଟି କରିଛି ।

ସୂଚନାନୁଯାୟୀ , ରଶ୍ମିକା ଏବଂ ଆଲ୍ଲୁ ଅର୍ଜୁନଙ୍କ ଯୋଡି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ଫିଲ୍ମ ‘ପୁଷ୍ପା ୨’ର ନୂଆ ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଲୋକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତଟି ଫିଲ୍ମ ପ୍ରତି ଲୋକଙ୍କ ଉତ୍ସାହକୁ ମଧ୍ୟ ବଢାଇ ଦେଇଛି । ୨୯ମେ ୨୦୨୪ରେ, ରଶ୍ମିକା ମନ୍ଦନାଙ୍କ ଏହି ଗୀତ ଏବଂ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ୟୁଟ୍ୟୁବରେ ମୁକ୍ତିଲାଭ କରିଛି ଏବଂ ଏହା ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛି।

Related posts

‘ଆଦିପୁରୁଷ’ ବିରୋଧରେ ଅଭିଯୋଗ

mahabharatanews

୨୦୦ କୋଟି ଆୟ କଲା ଫିଲ୍ମ ‘ଫାଇଟର୍’

mahabharatanews

OTT’ରେ ବିଗ୍ ବସ୍

mahabharatanews