ଓଡିଶା

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି; ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବିଏସକେୱାଇ ଯୋଜନା ଜାରି ରହିଛି ।ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ ।
ସୂଚନା ଅନୁଯାୟୀ, ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ବିଜେପି ମୋଟ ୧୪୭ ବିଧାନସଭା ଆସନରୁ ୭୮ ରେ ବିଜୟ ହୋଇଥିବା ବେଳେ ବିଜେଡିକୁ ୫୧ ସିଟ ମିଳିଛି । ଯାହାଫଳରେ ୨୪ ବର୍ଷରେ ଓଡିଶାରେ ଶେଷ ହୋଇଛି ବିଜେଡି ଶାସନ । ତେବେ ବିଜେଡି ସରକାର ହଟିବା ପରେ ବିଏସକେୱାଇ ଯୋଜନା ନେଇ ଦ୍ୱନ୍ଦ ଲାଗିରହିଥିଲା । ଏପରିକି ଅନେକ ହସ୍ପିଟାଲ ବିଏସକେୱାଇ ଯୋଜନା କାମ କରୁନଥିବା କହି ରୋଗିଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିଥିଲା । ଯାହାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ।

Related posts

କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ; ସତର୍କ ଜାରି 

mahabharatanews

ଭାଲୁ ଆକ୍ରମଣର ଶିକାର ହେଲେ ୨ ଟିପିଏପ୍ କର୍ମଚାରୀ

mahabharatanews

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

mahabharatanews