ଦେଶ ବିଦେଶ

ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି

ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ କମ୍ପାନି ଦ୍ବାରା ସେମାନଙ୍କୁ ନିୟୋଜନ କରାଯାଇଥିଲା। ଉକ୍ତ କମ୍ପାନିର ଜଣେ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ୫ ଭାରତୀୟଙ୍କୁ ଅପହରଣ କରଯାଇଛି। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସାମରିକ ଶାସନ ଚଳାଇଥିବା ମାଲିରେ ଏବେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ଗ୍ରୁପ୍‌ ସହ ଜଡ଼ିତ ଅପରାଧୀ ଗୋଷ୍ଠୀ ଏବଂ ଜିହାଦୀମାନେ ଉତ୍ତେଜନା ବୃଦ୍ଧି କରିଛନ୍ତି।

Related posts

କକ୍ରୋଚ ଜନତା ପାର୍ଟି ପରେ ନୂତନ ଦଳ ଚିଣ୍ଟି ଜନତା ପାର୍ଟି…

mahabharatanews

ମମତା ବାନାର୍ଜୀ ବଙ୍ଗଳା ଅପେକ୍ଷା ବାଂଲାଦେଶରେ ଅଧିକ ଲୋକପ୍ରିୟ…

mahabharatanews

MGNREGA ର ନାମ ‘ମହାତ୍ମା ଗାନ୍ଧୀ’ କୁ ‘ପୂଜା ବାପୁ’ ରେ ପରିବର୍ତ୍ତନ

mahabharatanews