ଦେଶ ବିଦେଶ

ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି

ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ କମ୍ପାନି ଦ୍ବାରା ସେମାନଙ୍କୁ ନିୟୋଜନ କରାଯାଇଥିଲା। ଉକ୍ତ କମ୍ପାନିର ଜଣେ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ୫ ଭାରତୀୟଙ୍କୁ ଅପହରଣ କରଯାଇଛି। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସାମରିକ ଶାସନ ଚଳାଇଥିବା ମାଲିରେ ଏବେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ଗ୍ରୁପ୍‌ ସହ ଜଡ଼ିତ ଅପରାଧୀ ଗୋଷ୍ଠୀ ଏବଂ ଜିହାଦୀମାନେ ଉତ୍ତେଜନା ବୃଦ୍ଧି କରିଛନ୍ତି।

Related posts

ପାକିସ୍ତାନର ପୂର୍ବତନ ISI ମୁଖ୍ୟ, ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କୁ ୧୪ ବର୍ଷ ଜେଲଦଣ୍ଡ

mahabharatanews

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ସହ ପତ୍ନୀ ରାଜେ ନିପାତ

mahabharatanews

EPFO ଅପଡେଟ୍: ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଏବେ ସରକାରଙ୍କଠାରୁ 15,000 ଟଙ୍କା ପାଇବେ।

mahabharatanews