ଓଡିଶା

“ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ପାଳନ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଜିଲ୍ଲାପରିଷଦ ସଭାଗୃହରେ ବିଶ୍ଵ ବ୍ରେଲି ଦିବସ ତଥା ବ୍ରେଲି ଲିପିର ପ୍ରତିଷ୍ଠାତା ଲୁଇସ୍ ବ୍ରେଲିଙ୍କ ୨୧୭ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସମର୍ଥ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ତଥା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସଭାପତି ନିରଞ୍ଜନ ବେହେରାଙ୍କ ସଭାପତିତ୍ଵରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିମଳ ରାଉଳ  ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରେଲ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ଆଇନ ସମ୍ପର୍କରେ ସଚେତନତା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ୍. ସନ୍ତୋଷ, ସାମାଜିକ କଲ୍ୟାଣ ବିଭାଗର ଗାୟତ୍ରୀ ପଟ୍ଟନାୟକ, ସ୍ବୟଂ କାର୍ଯ୍ୟକ୍ରମର ସଂଯୋଜକ ଶିବାନୀ ପାଣିଗ୍ରାହୀ, କମନୱେଲଥ୍ ୟୁଥ୍ ଡିଜାବିଲିଟି ଫରମର ସମ୍ପାଦକ ଶିଶିର ରାଉଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡିର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ, ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସଂପ୍ରସାରଣ ଅଧିକାରୀ ମମତା ପାଢୀ ପ୍ରମୁଖ ଯୋଗ ଦେଇ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନେ ବ୍ରେଲ୍ ଲିପି ପଢ଼ିବା ଓ ତାର ଅଧିକ ବ୍ୟବହାର କରିବା ଦ୍ବାରା ହିଁ ସେମାନଙ୍କ ଜୀବନର ମାନଦଣ୍ଡ ଅଧିକ ଉନ୍ନତ ହୋଇପାରିବ  । ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସମ୍ପର୍କରେ କହିଥିଲେ । କୋରାପୁଟ ଜିଲ୍ଲା ଓର୍ମାସର ଯୁଗ୍ମ କାର୍ଯ୍ୟନିର୍ବାରୀ ଅଧିକାରୀ ଏ.ଉମା ମହେଶ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

ଏହି ଅବସରରେ  ଅତିଥି ମାନଙ୍କ ଗହଣରେ ଉପସ୍ଥିତ ସମସ୍ତ ଦୃଷ୍ଟି ବାଧିତ ମାନଙ୍କ ସମେତ ଅନ୍ୟାନ୍ୟ ମାନେ ଲୁଇସ୍ ବ୍ରେଲିଙ୍କ ଜନ୍ମ ଜୟନ୍ତୀ ଦିନରେ କେକ କାଟିଥିଲେ ।  ଏହାପରେ ଅତିଥିମାନଙ୍କ ଦ୍ବାରା ସ୍ମାର୍ଟ ମୋବାଇଲ ଫୋନ୍, ସାହା ବାଡି ବଣ୍ଟନ କରାଯାଇଥିଲା ।  ଭିନ୍ନକ୍ଷମ ଅନୁଷ୍ଠାନ ”ସମର୍ଥ”ର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲାପରିଷଦ ଡିପିଆରସିର ଅଧ୍ୟାପକ ଏବଂ ଗବେଷଣା ବିଶ୍ଳେଷକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ।

Related posts

ଦୁଇ ଦିନ ହେଲା ବେଳାଭୁମିରେ ଶବ ସଢ଼ୁଛି, ପୋଲିସ୍ ପାଖରେ ଖବର ନାହିଁ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

mahabharatanews

 ଖସୁଛି ପାରଦ,ବଢ଼ୁଛି ଶୀତ

mahabharatanews