ଅପରାଧଓଡିଶା

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ୫ଟି ବେଆଇନ ଦେଶୀ ପିସ୍ତଲ ସହ ୧୯ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ସମ୍ବଲପୁର ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିନୟ ପ୍ରଧାନ, ବିକ୍ରମ ପଟ୍ଟନାୟକ, ନୁରୁଲ ହୁଡ଼ା, ଲାଲମୋହନ ଯାଦବ ଏବଂ ଭାରତ ସୁନା।  ଏସପିଙ୍କ ସୂଚନା ଅନୁସାରେ, ଗିରଫ ଭାରତ ସୁନା ଜଣେ ପୂର୍ବତନ ରେଳବାଇ କର୍ମଚାରୀ । ସେ ବିହାରର ମୁଙ୍ଗେର ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଆଣି ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ଯୋଗାଉଥିଲା। ଅନ୍ୟ ଅଭିଯୁକ୍ତ ବିକ୍ରମ ପଟ୍ଟନାୟକଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଇଁଠାପାଲି ଏବଂ କ୍ଷେତ୍ରରାଜପୁର ଥାନା ପୋଲିସ ମିଳିତ ଭାବେ ଏହି ସଫଳ ଅପରେସନ କରିଥିବା ଏସପି କହିଛନ୍ତି।

ILLEGAL ARMS SMUGGLING RACKET

Related posts

ଆରମ୍ଭ ହୋଇଛି ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

mahabharatanews

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’

mahabharatanews

ବାଲ୍ୟ ବିବାହ ଓ ମହିଳା ବିରୋଧୀ ହିଂସା ରୋକିବା ଲାଗି ଗଡିଲା ସଚେତନତା ରଥ

mahabharatanews