ଦେଶ ବିଦେଶ

ମେଟାକୁ ଭାରତ ସରକାରଙ୍କ କଡ଼ା ବାର୍ତ୍ତା,ମାନିବାକୁ ପଡ଼ିବ ଭାରତୀୟ ଆଇନ

ଭାରତ ସରକାର ଏବଂ ମେଟା ମଧ୍ୟରେ ଅନଲାଇନ୍ କଣ୍ଟେଣ୍ଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଆଲୋଚନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସରକାର ମେଟାକୁ ସ୍ପଷ୍ଟ କରିଛନ୍ତି ଯେ ଭାରତରେ କୌଣସି ପ୍ରକାରର ମନମାନି ଚାଲିବ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର କହିଛନ୍ତି ଯେ ମେଟାକୁ ଭାରତରେ କାମ କରିବା ସମୟରେ କେବଳ ଏହାର ଗ୍ଲୋବାଲ ପଲିସି ଆଧାରରେ ନୁହେଁ, ବରଂ ଭାରତୀୟ ଆଇନ ଅନୁସାରେ ମଧ୍ୟ କାମ କରିବାକୁ ହେବ। ସରକାରଙ୍କ କହିବା କଥା ହେଲା ମେଟାର ଗାଇଡଲାଇନ୍ ଏବଂ କଣ୍ଟେଣ୍ଟ ପଲିସି ଭାରତର ଆଇନ ସହିତ ସମାନ ହେବା ଆବଶ୍ୟକ।

Meta's privacy policy lets it use your posts to train its AI – Computerworld

ରିପୋର୍ଟ ଅନୁଯାୟୀ, ସରକାର ମେଟାକୁ ଏହାର ଆଲଗୋରିଦମକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ କହିନାହାନ୍ତି। ସରକାରଙ୍କ ମୁଖ୍ୟ ଚିନ୍ତା ହେଉଛି ପ୍ଲାଟଫର୍ମରେ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ଏହାକୁ ହଟାଇବାର ପ୍ରକ୍ରିୟା ଭାରତୀୟ ଆଇନ ଏବଂ ଏଠାକାର ପରିସ୍ଥିତି ଅନୁସାରେ ହେବା ଉଚିତ।

Meta Platforms (META): Company Profile, Stock Price, News, Rankings | Fortune

ସରକାରୀ ଅଧିକାରୀମାନଙ୍କ କହିବାନୁସାରେ ଭାରତର ଭାଷା ଏବଂ ସାଂସ୍କୃତିକ ପରିସ୍ଥିତି ବେଶ୍ ଭିନ୍ନ ଅଟେ। ବିଦେଶରେ ବସିଥିବା ମେଟାର ମଡେରେସନ୍ ସିଷ୍ଟମ ଏବଂ ଟିମ୍ ପାଇଁ ଭାରତୀୟ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ସହଜ ନୁହେଁ। ଏହି କାରଣରୁ ସରକାର ମେଟାକୁ ଅଧିକ ସ୍ଥାନୀୟ ଅଂଶଗ୍ରହଣ ବୃଦ୍ଧି କରିବାକୁ କହିଛନ୍ତି। ବିଶେଷକରି ଭାରତୀୟ ଭାଷା ଏବଂ ସ୍ଥାନୀୟ ସଂସ୍କୃତିକୁ ଭଲ ଭାବରେ ବୁଝି କଣ୍ଟେଣ୍ଟ ମଡେରେସନ୍ କରିବା ଉପରେ ଜୋର ଦିଆଯାଇଛି।

Meta sets up new 'Meta Compute' division to scale AI infrastructure, data centres | Technology News - The Indian Express

ଚାଇଲ୍ଡ ସେକ୍ସୁଆଲ୍ ଆବ୍ୟୁଜ୍ ମଟେରିଆଲ୍ (CSAM) ଅର୍ଥାତ୍ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀକୁ ନେଇ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ରହିଛି। ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି କଣ୍ଟେଣ୍ଟ ମାମଲାରେ ଜିରୋ ଟଲରେନ୍ସ ରହିବା ଆବଶ୍ୟକ। ସରକାର ମେଟାଠାରୁ କେବଳ ପ୍ରତିଶ୍ରୁତି ଦେବା ବଦଳରେ ଦୃଢ଼ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅଧିକାରୀମାନଙ୍କ କହିବାନୁସାରେ ଯଦି ଏହିପରି ସାମଗ୍ରୀ ପ୍ଲାଟଫର୍ମରେ ରହେ, ତେବେ ଏହା ଏକ ଗମ୍ଭୀର ନିୟମ ଉଲ୍ଲଂଘନ ଅଟେ।

Meta says its business AI now facilitates 10 million conversations a week | TechCrunch

ଡିପଫେକକୁ ନେଇ ମଧ୍ୟ ସରକାର ମେଟାକୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କୌଣସି ବଡ଼ ବ୍ୟକ୍ତିଙ୍କ ଅଧିକୃତ କିମ୍ବା ଭେରିଫାଇଡ୍ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ସାମଗ୍ରୀକୁ କେବଳ ବୈଷୟିକ ବ୍ୟବସ୍ଥା ଆଧାରରେ ଡିପଫେକ୍ ବୋଲି ବିବେଚନା କରାଯିବା ଉଚିତ ନୁହେଁ। ସରକାର ଏପରି ମାମଲାରେ ହ୍ୟୁମାନ୍ ଇନ୍ ଦି ଲୁପ୍ ବ୍ୟବସ୍ଥାର ଆବଶ୍ୟକତା ରହିଥିବା କଥା କହିଛନ୍ତି। ଅର୍ଥାତ୍ କୌଣସି ସମ୍ବେଦନଶୀଳ କଣ୍ଟେଣ୍ଟକୁ ହଟାଇବା ପୂର୍ବରୁ ମାନବୀୟ ଯାଞ୍ଚ ହେବା ଜରୁରୀ। ଏହା ବ୍ୟତୀତ ସରକାର ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯେଉଁ ସିନ୍ଥେଟିକ୍ କଣ୍ଟେଣ୍ଟ ପୂର୍ବରୁ ଡିପଫେକ୍ ଭାବରେ ଚିହ୍ନଟ ହୋଇ ହଟିସାରିଛି, ତାହା ପୁନର୍ବାର ପ୍ଲାଟଫର୍ମରେ କିପରି ଦୃଶ୍ୟମାନ ହେଉଛି। ମେଟାଠାରୁ ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପର ସୂଚନା ମଗାଯାଇଛି।

Related posts

ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ନୀତିନ ନବୀନ

mahabharatanews

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

mahabharatanews

ଏଣିକି ମହାକାଶରୁ ମିଳିବ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା

mahabharatanews