ଓଡିଶା

ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଅନ୍ତରୀଣ ପୋଲିସ ଡିଜି

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟିଙ୍କୁ ଲୋକଭବନରେ ଭେଟିଛନ୍ତି ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ସେ ଓଡ଼ିଶାର ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟି ତାଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ।

ଓଡ଼ିଶାବାସୀଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଦାୟିତ୍ୱ ତୁଲାଇବା ସହ ଏକ ସଫଳ ଓ ସନ୍ତୋଷଜନକ କାର୍ଯ୍ୟକାଳ ପାଇଁ ରାଜ୍ୟପାଳ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ରଙ୍କୁ ଶୁଭକାମନା ଜଣାଇଥିଲେ।

Related posts

ଓଡ଼ିଶାରେ ବଢୁଛି ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା

mahabharatanews

ନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷ

mahabharatanews

୨ ବାଇକ ମୁହାଁମୁହିଁ ଧକ୍କା

mahabharatanews