ଦେଶ ବିଦେଶ

ଦୀପାବଳିରେ ଶୁଭେଚ୍ଛା ଜଣାଇ ଏମିତି କିଛି କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି ବିଗ୍ ବି। ଯେଉଁ ହାତରେ ସେ ଲେଖନ୍ତି, ସେହି ହାତରେ ଯନ୍ତ୍ରଣା ଓ ଅସୁବିଧା ହେଉଥିବା ନେଇ ନିଜ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ପ୍ରଶଂସକଙ୍କ ଶୁଭେଚ୍ଛାର ଉତ୍ତର ଦେବାରେ ବିଳମ୍ବ ହେଉଥିବା କହିଛନ୍ତି ଅମିତାଭ।

Happy birthday, Mr Amitabh Bachchan: What you may not know about India's biggest star | The Indian Express

ଦୀପାବଳି ଅବସରରେ ଅମିତାଭଙ୍କୁ ଅନେକ ପ୍ରଶଂସକ ଉପହାର ଓ ଶୁଭେଚ୍ଛା ପଠାଇଛନ୍ତି। ସେମାନଙ୍କୁ ନିଜ ହାତରେ ଚିଠି ଲେଖି ଉତ୍ତର ଦେବାକୁ ଚାହୁଁଥିଲେ ବିଗ୍ ବି। କିନ୍ତୁ ଲେଖୁଥିବା ହାତରେ ଅସୁବିଧା ହେଉଥିବାରୁ ଏଥିରେ ବିଳମ୍ବ ହେଉଛି। ଏଥିପାଇଁ ସେ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।

Bihar Floods: Amitabh Bachchan Donates Rs 51 Lakh To Chief Minister's Relief Fund

ନିଜ ବ୍ଲଗ୍‌ରେ କ୍ଷମା ମାଗିବାର ମହତ୍ତ୍ୱ ବିଷୟରେ ମଧ୍ୟ ଲେଖିଛନ୍ତି ଅମିତାଭ। ସେ କହିଛନ୍ତି, କ୍ଷମା ମାଗିବାରେ କୌଣସି ଭୁଲ୍ ନାହିଁ। ସାମ୍ନାରେ ଥିବା ବ୍ୟକ୍ତି କ୍ଷମା ଗ୍ରହଣ କରନ୍ତୁ କିମ୍ବା ନକରନ୍ତୁ, କିନ୍ତୁ କ୍ଷମା ମାଗିବା ଦ୍ୱାରା ମନରେ ଶାନ୍ତି ଓ ସନ୍ତୋଷ ମିଳିଥାଏ। ଜୀବନରେ ସନ୍ତୋଷ ଓ ଆକ୍ରୋଶ ମଧ୍ୟରୁ କେଉଁଟିକୁ ବାଛିବେ, ତାହା ନିଜ ଉପରେ ନିର୍ଭର କରେ ବୋଲି ସେ ଲେଖିଛନ୍ତି।

अमिताभ बच्चन जीते पर्सनालिटी राइट्स की जंग, अब बिना इजाजत नाम तस्वीर और आवाज का इस्तेमाल करने वालों की खैर नहीं - Bharat Buzz Live

ଅନ୍ୟପଟେ ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ମଧ୍ୟରେ ଲୋକପ୍ରିୟ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ସୁଟିଂ ଗତ ଏକ ସପ୍ତାହ ଧରି ବନ୍ଦ ଥିବା ନେଇ ରିପୋର୍ଟ ଆସିଛି। ତେବେ ଅମିତାଭ ନିଜ ବ୍ଲଗ୍‌ରେ ଧୀରେ ଧୀରେ ନିୟମିତ କାର୍ଯ୍ୟସୂଚୀକୁ ଫେରୁଥିବା ମଧ୍ୟ ସୂଚନା ଦେଇଛନ୍ତି।

Related posts

ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…

mahabharatanews

ଭାଣିଜୀଙ୍କ ବିବାହ ପାଇଁ ଯାଗା ଦେବାକୁ ମନା କଲେ ଜଗନ

mahabharatanews

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଇରାନ ଅବସ୍ଥା

mahabharatanews