(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ନିଲମ୍ବିତ ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ୟ୍ୟାଳୟର ବରିଷ୍ଠ କିରାଣୀ ତଥା ସେକ୍ସନ ଅଫିସର ଲକ୍ଷ୍ମଣ ରାଉତ । ଗତ ଅଗଷ୍ଟ ୧୫ରେ କାର୍ୟ୍ୟାଳୟରେ ନିଜ ସହକର୍ମୀ ମହିଳା କନିଷ୍ଠ କିରାଣୀଙ୍କୁ ଦୁର୍ବ୍ୟବହାର ନେଇ ହୋଇଥିବା ଅଭିଯୋଗ ଘଟଣାରେ ମାଲକାନଗିରି ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି । ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଚିଠି ନଂ ୧୭୦୯,୨୬/୦୮/୨୯୨୧ ପ୍ରକାରେ ଲକ୍ଷ୍ମଣ ରାଉତଙ୍କ ନିଳମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଲମ୍ବନ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ ସେ ପଡ଼ିଆ ବ୍ଲକ କାର୍ୟ୍ୟାଳୟରେ ରହିବେ ଆଦଶରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୫ରେ ଲକ୍ଷ୍ମଣ ରାଉତଙ୍କ ନିଜ ସହକର୍ମୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଅଗଷ୍ଟ ୧୬ ପିଡ଼ୀତା ଏନେଇ କାଲିମେଳା ଥାନାରେ ଅଭିଯୋଗ କରିଥିଲେ ।