ଓଡିଶା

ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ପିଆଜ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଏବଂ ହେଲପର ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପିଆଜ ବୋଝେଇ କରି ଯାଉଥିବା ଏକ ଟ୍ରକ ନାସିକରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ଫୁଟ ତଳକୁ ଖସି ପଡିଥିବା ଜଣାପଡିଛି । ଫଳରେ ଗଡିରେ ଥିବା ଡ୍ରଶଭର ଏବଂ ହେଲପର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇତିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତନ୍ତ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Related posts

ଘନ କୁହୁଡି ପାଇଁ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୮୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

mahabharatanews

Leave a Comment