ଓଡିଶା

ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ପିଆଜ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଏବଂ ହେଲପର ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପିଆଜ ବୋଝେଇ କରି ଯାଉଥିବା ଏକ ଟ୍ରକ ନାସିକରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ଫୁଟ ତଳକୁ ଖସି ପଡିଥିବା ଜଣାପଡିଛି । ଫଳରେ ଗଡିରେ ଥିବା ଡ୍ରଶଭର ଏବଂ ହେଲପର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇତିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତନ୍ତ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Related posts

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

mahabharatanews

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews