ମନୋରଞ୍ଜନ

ଗିରଫ ହେଲେ ‘ଜେଲର୍‌’ରେ ଖଳନାୟକ ବିନାୟକନ୍‌ 

(ମୁମ୍ବାଇ) : ଗିରଫ ହେଲେ ‘ଜେଲର୍‌’ରେ ଖଳନାୟକ ଭୂମିକାରେ ଅଭିନୟକ କରିଥିବା ଅଭିନେତା ବିନାୟକନ୍‌ । ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗରେ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ ସୂଚନା ଦେଇଛି ।

ସୂଚନାନୁଯାୟୀ ,ସେ ବାସକରୁଥିବା ଆପାର୍ଟମେଣ୍ଟ୍‌ରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ପାଇବା ପରେ ପଚରା ଉଚରା ନିମନ୍ତେ ତାଙ୍କୁ ଥାନାକୁ ଡକାଯାଇଥିଲା। ଗଣମାଧ୍ୟମକୁ ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ ‘ଷ୍ଟେସନ୍‌ ହାଉସ୍‌ ଅଫିସର୍‌’ କହିଛନ୍ତି, ଅଭଦ୍ରୋଚିତ ଆଚରଣ କରିବା କାରଣରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଛି ସମୟ ପରେ ତାଙ୍କୁ ଥାନାରୁ ଜାମିନ ମିଳିବ ଓ ସେ ମୁକ୍ତ ହେବେ। ସେ ନିଶାସକ୍ତ ଥିବା କଥା ଆମେ ଜାଣିପାରିଛୁ।

Related posts

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

mahabharatanews

‘ବିଗ୍‌ ବସ୍‌ ୧୭’ବିଜେତା ମୁନୱର୍‌ ଫାରୁକୀ

mahabharatanews

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews