(ଦିଲ୍ଲୀ) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ କରିଛନ୍ତି । ବାତ୍ୟା ବିପର୍ଯ୍ୟୟ ହେତୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଛି । ତେବେ ଜୁନ୍ ୧୭ ରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଅମିତ ଶାହା । ଗୁଜୁରାଟ ଉପକୂଳରେ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଳ କରିବା ନେଇ ସୂଚନା ମିଳିବା ପରେ ଏହାର ସମୀକ୍ଷା କରୁଛନ୍ତି ଅମିତ ଶାହା । ରାଜ୍ୟର ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସମୀକ୍ଷା କରୁଛନ୍ତି କେନ୍ଦ୍ର ମନ୍ତ୍ରୀ । ପରବର୍ତ୍ତୀ ସମୟରେ ଗସ୍ତ ନେଇ ସମୟ ଧାର୍ଯ୍ୟ କରାଯିବ ।
ସୂଚନାନୁଯାୟୀ , ୯ ବର୍ଷ ଶାସନ କାଳରେ ମୋଦୀ ସରକାରଙ୍କ ଯୋଜନା ଚିତ୍ର ରଖିବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱ ଉପସ୍ଥିତ ରହିଥାନ୍ତେ । ଏକ ବିଶାଳ ସମ୍ମିଳନୀରେ ସେ ଯୋଗଦାନ କରି ପ୍ରାୟ ୫୦ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବା ସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା ।