ମନୋରଞ୍ଜନ

ହାତକୁ ଦି ହାତ ହେବେ ଅଭିନେତ୍ରୀ ଆରତୀ ସିଂ

(ମୁମ୍ବାଇ) : ବିଗ୍ ବସ୍ ୧୩ ରେ ଦେଖାଯାଇଥିବା ଲୋକପ୍ରିୟ ଛୋଟ ପରଦା ଅଭିନେତ୍ରୀ ଆରତୀ ସିଂ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ତେବେ ଖବରନୁଯାୟୀ , ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତୀ ସିଂ ତାଙ୍କ ପ୍ରେମିକା ଦୀପକ ଚୌହ୍ବାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ମାସରେ ବିବାହ କରିବାକୁ ଚାହୁଁଛନ୍ତି। ସେ ଏପ୍ରିଲ କିମ୍ବା ମେ ମାସରେ ବିବାହ କରିବାକୁ ସ୍ଥିର କରିଛନ୍ତି। ନିଜ ପସନ୍ଦର ସ୍ଥାନ ପାଇଲେ ସେ ଯେକୌଣସି ମାସରେ ବିବାହ କରିପାରନ୍ତି ବୋଲି ସୂଚନା ରହିଛି।

ସୂଚନାନୁଯାୟୀ , ବିବାହ ପୂର୍ବରୁ ଏକ ବ୍ୟାଛ୍‌ଲର୍‌ ପାର୍ଟି ମଧ୍ୟ ଅନ୍ତର୍ଭୁକ୍ତ ହେବ। ହଳଦୀ, ମେହେନ୍ଦି ଏବଂ ଫେରେ ପୂରା ପାରମ୍ପରିକ ଶୈଳୀରେ ହେବ। ସମସ୍ତ ବିବାହ ରୀତିନୀତି ଗୋଟିଏ ସ୍ଥାନରେ ହେବ। ବିବାହ ଅତିଥି ତାଲିକାରେ ତାଙ୍କ ମାମୁ ତଥା ଅଭିନେତା ଗୋବିନ୍ଦାଙ୍କଠାରୁ ଆରମ୍ଭ କରି ସଲମାନ ଖାନ, ସିଦ୍ଧାର୍ଥ ଶୁକ୍ଲାଙ୍କ ପରିବାର, ଶେହନାଜ ଗିଲ ଏବଂ ଇଣ୍ଡଷ୍ଟ୍ରିର ଅନେକ ବନ୍ଧୁ ସାମିଲ ହେବେ।

Related posts

କୋରିଓଗ୍ରାଫରଙ୍କ ପୁଅ ଆଦମ ବିଡପା ଗିରଫ

mahabharatanews

ଆଉ ନାହାନ୍ତି ଅଭିନେତା ହରିଶ ମେଗନ

mahabharatanews

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews