ଅପରାଧରାଜନୀତି

ବିଜେପି କର୍ଯ୍ୟାଳୟକୁ ପୋଡିବାକୁ ଉଦ୍ୟମ

ଗୋପ(ଜୟନ୍ତ କୁମାର ସେଠୀ): ବିଜେପି କାର୍ଯ୍ୟାଳୟକୁ ପୋଡ଼ିବାକୁ କିଛି ଦୁର୍ବୁତ୍ତ ଉଦ୍ୟମ କରିଛନ୍ତି । ବିୟର ବୋତଲରେ ପେଟ୍ରୋଲ ପୁରାଇ ନିଆଁ ଲଗାଇ ପିପିଲି ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ଉପରକୁ ଫିଙ୍ଗି ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ବିଜେପି କାର୍ଯ୍ୟାଳୟ ପଛପଟୁ ଦୁର୍ବୁତ୍ତ ମାନେ ବିୟର ବୋତଲରେ ନିଆଁ ଲଗାଇ କାର୍ଯ୍ୟାଳୟ ପୋଡି ଦେବାକୁ ଉଦ୍ୟମ କରିଥିଲେ । ତେବେ ବିଜେପି କର୍ମକର୍ତ୍ତା ମାନେ ନିଆଁକୁ ଆୟତ୍ତ କରିଛନ୍ତି । ନିର୍ବାଚନ ପୂର୍ବରୁ ଏଭଳି ଘଟଣା ରାଜନୈତିକ ପାଣିପାଗରେ ଉଷ୍ମତା ସୃଷ୍ଟି କରିଛି ।

Related posts

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

mahabharatanews

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews

ପୁଣି ବିପୁଳ ଗଞ୍ଜେଇ ଜବତ

mahabharatanews