ବିଶ୍ୱ

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ଜିତି ଅଷ୍ଟ୍ରେଲିଆ ସପ୍ତମ ଥର ଚାମ୍ପିୟନ

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ ହାସଲ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଗତ ଥରର ବିଜେତା ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆଲିସା ହିଲିଙ୍କ ଚମତ୍କାର ଶତକ ବଳରେ ୫ ଓ୍ବିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର୍ କରିଥିଲା ଦଳ । ଓପନର୍ ଆଲିସା ହିଲି ମାତ୍ର ୧୩୮ ବଲରେ ଚିତ୍ତାକର୍ଷକ ୧୭୦ ରନ୍ କରି କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ।

ତେବେ ଶେଷ ମ୍ୟାଚରେ ଦଳର ଏକତରଫା ଅନ୍ଦାଜ ଇଂଲଣ୍ଡ ଦଳକୁ ପରାସ୍ତ କରିଛି | ସେହିଭଳି ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ଆଲିସା ହିଲି ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଟାଇଟଲ ହାସଲ କରିଥିଲେ। ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଆଲିସା ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍ ଦଳର ଖେଳାଳି ମିଚେଲ ଷ୍ଟାର୍କଙ୍କ ପତ୍ନୀ ଅଟନ୍ତି |ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଅଧିନାୟକଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା। ଅଷ୍ଟ୍ରେଲିଆର ଓପନିଂ ଯୋଡ଼ି ପ୍ରଥମ ୱିକେଟ ପାଇଁ ୧୬୦ ରନ୍ ଯୋଡିଥିଲେ ​​| ରାଚେଲ ହେନ୍ସ ୯୩ ବଲରୁ ୬୮ ରନ୍ କରି ଆଉଟ୍ ହୋଇଥିଲେ। ସ୍କୋର ୩୧୬ ରନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ୱିକେଟ୍ ହରାଇଥିଲା । ତାଙ୍କ ପରେ ଓପନର୍ ଆଲିସା ହିଲି (୧୭୦) ଓ ବେଥ୍ ମୁନି (୬୨)ରନ୍ ଭାଗିଦାରୀ ମ୍ୟାଚ ଖେଳିଥିଲେ | ଇଂଲଣ୍ଡ ତରଫରୁ ଅନ୍ୟା ଶ୍ରାବସୋଲ ୪୬ ରନରେ ୩ ୱିକେଟ୍ ନେଇଥିଲେ।

୩୫୭ ରନ୍ ହାସଲର ଲକ୍ଷ୍ୟ ସମ୍ମୁଖରେ ଇଂଲଣ୍ଡ ନିକଟରେ ଚାପରେ ଦେଖା ଦେଇଥିଲା | ଦଳ ମାତ୍ର ୩୮ ରନ୍ ହାସଲ କରି ପ୍ରଥମ ଦୁଇଟି ୱିକେଟ୍ ହରାଇ ଥିଲା | ସେମିଫାଇନାଲରେ ଶତକ ହାସଲ କରିଥିବା ଡାନିଏଲ୍ ୟାଟ୍ ୪ ରନ୍ କରିବା ପରେ ଆଉଟ୍ ହୋଇଯାଇଥିଲେ । ମେଗାନ୍ ଶଟ୍ ତାଙ୍କ ୱିକେଟ୍ ନେଇଥିଲେ। ଗୋଟିଏ ପଟେ ନାତାଲୀ ସିଭର ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟେ ତାଙ୍କୁ କୌଣସି ସମର୍ଥନ ମିଳିନଥିଲା। ସେ ୧୪୮ ରନର ଲଢ଼ୁଆ ଇନିଂସ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଏହା ଇଂଲଣ୍ଡକୁ ବିଜୟ ଦେବାରେ ଯଥେଷ୍ଟ ନଥିଲା | ଇଂଲଣ୍ଡ ୨୮୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ମହିଳା ବିଶ୍ୱକପର ଯେକୌଣସି ଫାଇନାଲରେ ଅଷ୍ଟ୍ରେଲିଆର ସ୍କୋର ୩୫୬/୫ ସର୍ବାଧିକ ସ୍କୋର ଅଟେ | ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ଏକ ଦଳ ୩୦୦ ରୁ ଅଧିକ ରନ୍ ସଂଗ୍ରହ କରିଛି | ପୂର୍ବ ରେକର୍ଡ ୨୫୯/୭ ଥିଲା | ୨୦୧୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏହି ସ୍କୋର କରିଥିଲା।

Related posts

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

mahabharatanews

୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ପୁଣି ଓହ୍ଲାଇଲେ ଡୋନାଲ୍ଡ ଟ୍ରମ୍ପ

mahabharatanews

ବରଫ ରନ୍‌ୱେ ଉପରେ ୭୮୭ ବିମାନର ସ୍ମରଣୀୟ ଅବତରଣ

mahabharatanews