ଓଡିଶା

ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା

(ବାଲେଶ୍ୱର) : ଭକ୍ତିରେ ଭିଜୁଛି ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା ଏବେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ ।

ସୂଚନାନୁଯାୟୀ , କିମ୍ବଦନ୍ତୀ ଅନୁସାରେ, କାଳକ୍ରମେ ବାବାଙ୍କ ନାମ ଚାରିଆଡେ ପ୍ରଚାରିତ ହୁଏ। କିମ୍ବଦନ୍ତୀର ସତ୍ୟତା ଗଭୀର ହେଉ କି ନ ହେଉ ଆଜି ଯାଏ ସେହି ଲକ୍ଷ୍ମୀ ବଂଶର ଜଣେ ମୁଖ୍ୟ ଭକ୍ତ (ପାଟଭକ୍ତ) ଭାବରେ ଏବଂ ଅଗଣି ପଣ୍ଡାଙ୍କ ବଂଶଧର ମାନେ ସେବାପୂଜାର ଦାଇତ୍ୱ ତୁଲାଇ ଆସୁଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | ନିର୍ବାଚନ ତାରିଖ ତେବେ ଶହ ଶହ ବର୍ଷରୁ ଏଠାରେ ବିରାଜମାନ କରିଛନ୍ତି ଭକ୍ତବାଞ୍ଚା କଳ୍ପତରୁ ଆଶୁତୋଷ ବାବା-ଚନ୍ଦନେଶ୍ୱର । ଭୋଗରାଇ ଥାନା ଅଧିନ ହୁଗୁଳି ଗ୍ରାମରେ ବାବା ଚନ୍ଦନେଶ୍ୱରଙ୍କ ପୀଠ। ସାଗର ଉପକଣ୍ଠସ୍ଥ ଏହି ଅଞ୍ଚଳ ଏକଦା ଥିଲା ହୁଗୁଳା ଅରଣ୍ୟପୂର୍ଣ୍ଣ । ଆଉ ଅରଣ୍ୟ ମଧ୍ୟରେ ବୋହି ଯାଇଥିଲା କ୍ଷୁଦ୍ର ଏକ ଝରଣା ଚନ୍ଦନ ଧାରା । ଏହି ଉଭୟ ନାମକୁ ଅଙ୍ଗୀକାର କରି ହୁଗୁଳି ଗ୍ରାମରେ ଲୀଳା ପ୍ରକାଶ କରିଛନ୍ତି ବାବା ଚନ୍ଦନେଶ୍ୱର ।

Related posts

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ଲଘୁଚାପ: ଓଡ଼ିଶା ଉପରେ ପ୍ରଭାବ ନାହିଁ, କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

mahabharatanews

ଅଲେଖ ମହିମା ଧ୍ୱନିରେ ଜୋରନ୍ଦା ମେଳା ଆରମ୍ଭ

mahabharatanews