ଓଡିଶା

 ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା 

(ଭିତରକନିକା) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ବନ୍ଦ ଥିଲା । ଗତ ୪ରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଭିତରକନିକା ଅଭୟାରଣ୍ୟରେକୁମ୍ଭୀର ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୮ଟି କୁମ୍ଭୀର ବଢ଼ିଛନ୍ତି । ଗତବର୍ଷ ଭିତରକନିକାରେ ୧, ୭୯୩ କୁମ୍ଭୀର ଥିଲା। ଏବେ ଏହି ସଂଖ୍ୟା ୧, ୮୧୧ରେ ପହଞ୍ଚିଛି।

ସୂଚନାନୁଯାୟୀ , ଭିତରକନିକାରେ କୁମ୍ଭୀର ଗଣନା ଲାଗି ୨୨ଟି ଟିମ୍ ନିୟୋେଜିତ ହୋଇଥିଲେ। ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା ହୋଇଥିଲା। ସେହିପରି ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହା ୧୧୧କୁ ବୃଦ୍ଧି ପାଇଛି । ଗତବର୍ଷ ୮୧ଟି ମଗର ଓ ୭ଟି ଘଡ଼ିଆଳ ଥିଲେ। ଚଳିତ ବର୍ଷ ମଗର ସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା ୧୪କୁ ବଢ଼ିଛି । ଓଡ଼ିଶାର ଅନ୍ୟତମ ଅଭୟାରଣ୍ୟ ଭିତରକନିକା ପୁଣିଥରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉଲବ୍ଧ ହେବାକୁ ଯାଉଛି । ପୁଣିଥରେ ଅଭୟାରଣ୍ୟ ଭିତରକୁ ଯାଇ କୁମ୍ଭୀର ଦେଖିପାରିବେ ପର୍ଯ୍ୟଟକ ।

Related posts

ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ, ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

mahabharatanews

ଆହୁରି ୩ ଦିନ ପ୍ରବଳ ବର୍ଷିବ

mahabharatanews

ପୁଲୱାମା ସହିଦ ସ୍ମୃତି ଦିବସ ପାଳିତ

mahabharatanews