ରାଜନୀତି

ପଶ୍ଚିମ ବଙ୍ଗରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ରେ ଉପନିର୍ବାଚନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଟିଏମସିରୁ ରାଜ୍ୟସଭାକୁ ଯାଇଥିବା ଦୀନେଶ ତ୍ରିବେଦୀ ଫେବୃଆରୀ ୧୨ରେ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡିଥିଲା । ସାଂସଦ ଭାବେ ତାଙ୍କ କାର୍ୟ୍ୟକାଳ ୨୦୨୬ ଏପ୍ରିଲ ମାସରେ ଶେଷ ହେବ। ଭାରତୀୟ ନିର୍ବାଚନ କମିଶନ ଏନେଇ ସୂଚନା ଦେଇଛନ୍ତି। ସେ ଦଳରେ ଚାଲିଥିôବା ସ୍ୱେଚ୍ଛାଚାରିତା ପାଇଁ ଅଣନିଃଶ୍ୱାସୀ ହେଇପଡୁଥିବା ଇସ୍ତଫା ପରେ ଅଭିଯୋଗ କରିଥିଲେ। ଟିଏମସି ଛାଡ଼ି ସେ ବିଜେପିରେ ଯୋଗଦେଇଛନ୍ତି।
ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜୁଲାଇ ୨୨ରେ ପ୍ରକାଶ ପାଇବ। ଭୋଟ ଗ୍ରହଣ ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ସେହିଦିନ ଫଳାଫଳ ପ୍ରକାଶ ପାଇବ। ଉପ ନିର୍ବାଚନ ବେଳେ ସମସ୍ତେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବେ।

 

Related posts

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

mahabharatanews

ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି

mahabharatanews

ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ପାଇଁ ସିଇଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

mahabharatanews