ଖେଳଦେଶ ବିଦେଶ

ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍

ଦୀର୍ଘ ୬ ବର୍ଷ ପରେ ଐତିହାସିକ ଇଡେନ ଗାର୍ଡେନ୍ସକୁ ଫେରିଛି ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍ । ମ୍ୟାଚରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଭାରତ ପ୍ରଥମେ ବୋଲିଂ କରିବ । ଭାରତର ପ୍ଲେଇଂ ଏକାଦଶରୁ ସାଇ ସୁଦର୍ଶନଙ୍କୁ ବାଦ୍ ଦିଆଯାଇଛି, ଯେତେବେଳେ ଧ୍ରୁବ ଜୁରେଲ ଏବଂ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଅଧିନାୟକ ଶୁଭମନ ଗିଲ୍ ଚାରି ଜଣ ସ୍ପିନରଙ୍କୁ ଖେଳାଉଛନ୍ତି । ସେହିପରି ସାଉଥ ଆଫ୍ରିକା ଆହତ କାସିଗୋ ରାବାଡ଼ା ମ୍ୟାଚ ଖେଳୁ ନାହାନ୍ତି । ୫ ବ୍ୟାଟର, ୪ ଅଲାରାଉଣ୍ଡର ଓ ଦୁଇ ସ୍ପେସାଲ ସ୍ପିନରଙ୍କୁ ନେଇ ଖେଳୁଛି ଦକ୍ଷିଣ ଆଫ୍ରିକା ।

Related posts

ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ

mahabharatanews

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ 33 ସଦସ୍ୟଙ୍କ ନାମ ଘୋଷଣା

mahabharatanews