ରାଜନୀତି

ତିର୍ତ୍ତୋଲ ଓ ବିଲେଶ୍ୱର ଉପନିର୍ବାଚନ: ବିଜେଡି ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ରେ ତିର୍ତ୍ତୋଲ ଓ ବିଲେଶ୍ୱର ସଦର ଉପନିର୍ବାଚନ ହେବାକୁ ଯାଉଛି । ଆଜି ବିଜେଡି ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦରରୁ ସ୍ୱରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ଆସନରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ତିର୍ତୋଲରୁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସ ହୋଇଥିବା ବେଳେ ବାଲେଶ୍ୱର ସଦର ଆସନରୁ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ସ୍ୱରୁପ ଦାସ , ପୂର୍ବରୁ ସେ ବାଲେଶ୍ୱରର କାଉନସିଲର ଭାବେ କାର୍ୟ୍ୟ କରିଛନ୍ତି । ବାଲେଶ୍ୱରରେ ସେ ଜଣେ ଟାଣୁଆ ନେତା ଭାବେ ପରିଚିତ ।
ଗତକାଲି ବିଜେପି ପକ୍ଷରୁ ଉଭୟ ଆସନା ପାଇଁ ପ୍ରାର୍ଥ ଘୋଷଣା ସରିଛି। ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ତିର୍ତ୍ତୋଲ ଆସନରୁ ଘୋଷଣା ହୋଇଥିବା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ଓ ପରେ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କଂଗ୍ରେସ ଦଳ କୌଣସି ବି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।
ଆସନ୍ତା ଅକ୍ଟୋବର ୧୬ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ଅକ୍ଟୋବର ୧୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ । ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।

 

Related posts

ସାଂସଦ ଅହମଦ ପଟେଲଙ୍କ ପରଲୋକ

mahabharatanews

ଲାଲୁଙ୍କ ଘରେ ସିବିଆଇ ରେଡ୍

mahabharatanews

ପିସିସି ସଭାପତି ଦୌଡ଼ରେ ୫ ହେଭିୱେଟଙ୍କ ନାଁ

mahabharatanews