ଓଡିଶାରାଜନୀତି

ଦିଲ୍ଲୀରୁ ଆସି ମନମୋହନଙ୍କ ଦମ୍ଭୋକ୍ତି : ୫ ବର୍ଷରେ ୧୦ ଗୁଣା କାମ କରିବୁ

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଫେରିବା ପରେ ଦମ୍ଭୋକ୍ତି କରିଛନ୍ତି । ୫ ବର୍ଷର ଶାସନ କାଳରେ ୧୦ ଗୁଣା କାମ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି ମନମୋହନ ।


କୋଷ୍ଟାଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ। ଏହାକୁ ମଞ୍ଜୁରି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ କଟକ ଜିଲ୍ଲା ଟାଙ୍ଗୀ ଯାଏ ବାଇପାସ୍ ରାସ୍ତାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭୁବନେଶ୍ବର ରିଂ ରୋଡ ଲାଗି ମଞ୍ଜୁରି ମିଳିଛି। ଜାମଝାଡ଼ି-ଧାମରା ରାସ୍ତାକୁ ଚାରିଥାକିଆ କରାଯିବାକୁ ବି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ସାଇକ୍ଲୋନ, ସୁନାମୀ ପ୍ରୋଟେକ୍ସନ ଓ୍ବାଲପାଇଁ ମଧ୍ୟ ଆଲୋଚନା ହୋଇଥିବା ସେ କହିଛନ୍ତି ।

Related posts

ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

mahabharatanews

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

mahabharatanews