ଅପରାଧ

ଜମି ବିବାଦକୁ ନେଇ ବାଲିଅନ୍ତାରେ ବୋମାମାଡ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ବାଲିଅନ୍ତାରେ ଅନ୍ତର୍ଗତ ବ୍ରାହ୍ମଣସୁଆଁଲ ଗାଁରେ ବୋମାମାଡ ହୋଇଛି । ଜମି ବିବାଦକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଥିବା ବେଳେ ଏଥିରେ ୩ ଜଣ ଆହତ ହୋଇଛନ୍ତି ।
ରବିବାର ବିଳମ୍ବିତ ରାତିରେ ବ୍ରାହ୍ମଣସୁଆଁଲ ଗାଁ ନିକଟରେ ଥିବା ଏକ ଆଜବେଷ୍ଟସ ଘର ଉପରକୁ ବୋମା ମାଡ କରିଛନ୍ତି ଦୁର୍ବୃତ୍ତ । ଫଳରେ ସେହି ଘରେ ଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି । କିଛି ଦୁର୍ବୃତ୍ତ ୪ଟି ବୋମା ପକାଇ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି । ତେବେ ଦୁଇଟି ବୋମା ଫୁଟିଥିବା ଅନ୍ୟ ଦୁଇଟି ଫୁଟି ନ ଥିଲା । ଆହତମାନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଛି । ଜମି କିଣାବିକାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Related posts

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews

ବୁଗୁଡା ଥାନା ଅଞ୍ଚଳରେ ଗୋଷ୍ଠି ସଂଘର୍ଷ

mahabharatanews

ଭୁବନେଶ୍ୱରରେ ଗୋଟିଏ ଦିନରେ ୫ଟି ଅପମୃତ୍ୟୁ ମାମଲା

mahabharatanews