ଓଡିଶା

ଗୋ ଧନ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜିତ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ଆଜି କୁଟଣିପାଲି ବନ ସୁରକ୍ଷା ସମିତି ଅଞ୍ଚଳରେ ଏକ ଗୋ ଧନ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜିତ ହୋଇ ଯାଇଛି ।ଏହି କାର୍ୟ୍ୟକ୍ରମ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ବିପଦ ତାରଣ ବିଶ୍ଵାଳଙ୍କ ନିର୍ଦ୍ଦେଶରେ କୁଟଣିପାଲ୍ଲୀ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ଶ୍ରୀ ବିଦ୍ୟାଧର ପୂଜାରୀ ଏହି କାର୍ୟ୍ୟ ସମ୍ପାଦନ କରିଥିଲେ । ବର୍ଷା ସମୟରେ ବହୁ ଗୃହପାଳତ ପଶୁ ରୋଗାକ୍ରାନ୍ତ ହେଉଥିବାରୁ ସୃଷ୍ଟି ଅନୁଷ୍ଠାନ କର୍ମକର୍ତ୍ତା ଓ କୁଟୁଣିପାଲ୍ଲୀ ଗ୍ରାମ ଭି ଏସ ଏସ ସଭାପତି ଭଗବାନ୍ ବଦାମୀଙ୍କ ଅନୁରୋଧ କ୍ରମେ ଏହି ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପ୍ରାଣୀଧନ ନିରୀକ୍ଷକ ଓ ପ୍ରାଣୀ ମିତ୍ର ଶ୍ରୀ ବଳରାମ ନାୟକ ପ୍ରାୟ ୨୫୦ ରୁ ଉର୍ଦ୍ଧ ଗାଈ ବଳଦଙ୍କୁ ଟୀକାକରଣ କରାଯାଇଥିବା ସହ ବିଭିନ୍ନ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ରୋଗ ଆଦିର ଔଷଧ ବିନା ଦେୟରେ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସୃଷ୍ଟି ଅନୁଷ୍ଠାନର କର୍ମକର୍ତ୍ତା ବଂଶୀଧର ଆନୁଗୁଲିଆ ସୁରଜ ମାଝୀ , ଉନ୍ନୟନ ଅଧିକାରୀ ହୃଷୀକେଶ ପଣ୍ଡା , ଶ୍ରୀ ସମନ୍ଧ ନାୟକ ,ବନ ସହାୟକ ଶ୍ରୀ ବାସୁଦେବ ପୂଜାରୀ ,ଓଡ଼ିଶା ଜୀବିକା ମିଶନ କର୍ମଚାରୀ ମତି ନାୟକ ଆଦି ଉପସ୍ଥିତ ରହି ଚିକିତ୍ସା ଓ ଟୀକା କାରଣ କାର୍ୟ୍ୟରେ ସହଯୋଗ କରିଥିଲେ । ବିଭିନ୍ନ ଗୃହପାଳିତ ପଶୁ ପକ୍ଷୀ ମାନକୁ ଟୀକା ପ୍ରଦାନ ଦ୍ଵାରା ବିଭିନ୍ନ ସଂକ୍ରାମକ ରୋଗରୁ ଗୃହ ପାଳିତ ପଶୁ ପକ୍ଷୀ ରକ୍ଷା ପାଇ ପାରିବେ ଏହି ବିଷୟରେ ସଚେତନ କରିଥିଲେ । ଆଗାମୀ ଦିନରେ କୁଟଣି ପାଳି ଓ ନିକଟବର୍ତ୍ତି ଗ୍ରାମ ଗୁଡିକର ଛେଳି ମେଣ୍ଢା ମାନଙ୍କୁ ପି ପି ଆର୍ ଟୀକା ଓ ଚିକିତ୍ସା କରାଯିବ ଓ ଭଲ ଗୋ ପାଳନ କରୁଥିବା ହିତାଧିକାରୀ ମାନଙ୍କୁ ମକା ସବାଇ ଘାସ ଆଦି ଗୋ ଖାଦ୍ୟ ମଞ୍ଜି କିଟ୍ ପ୍ରଦାନ କରାଯିବ ବୋଲି ପ୍ରାଣୀ ଧନ ନିରୀକ୍ଷକ କହିଛନ୍ତି । ପଶୁ ଡାକ୍ତର ବିପଦ ତାରଣ ବିଶ୍ଵାଳ ଓ ବିଦ୍ୟାଧର ପୂଜାରୀ ଏଲ ଆଇ ଉକ୍ତ କାର୍ୟ୍ୟରେ ସହଯୋଗ କରିଥିବାରୁ ସୃଷ୍ଟି କର୍ମକର୍ତ୍ତା ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଖାଦ୍ୟ ମାନକୁ ନେଇ ଉପଜିଲ୍ଲାପାଳଙ୍କ ଅସନ୍ତୋଷ

mahabharatanews

ପୁଣି ସେପ୍ଟେମ୍ବର ୩ରେ ହେବ ଜେଇ ମୁଖ୍ୟ ଲିଖିତ ପରୀକ୍ଷା

mahabharatanews

ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

mahabharatanews