ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ତଦନ୍ତ ପ୍ରକ୍ରିୟା ଚାଲୁରହିଥିବା ବେଳେ ଦୁର୍ନୀତି ମାମଲାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି ସିବିଆଇ ।
/odishatv/media/media_files/2025/11/23/gemini_edited_3x_cbi-1-2025-11-23-08-28-58.jpeg)
ଖବର ଅନୁଯାୟୀ, ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା । ଘଟଣାରେ ପ୍ରଥମେ ପୋଲିସ ତଦନ୍ତ କରି ୧୧୭ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲା ଅତି ସଙ୍ଗୀନ ଥିବାରୁ ଏହାକୁ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ ରାଜ୍ୟ ସରକାର । ସିବିଆଇ ଘଟଣାର ତଦନ୍ତ କରି ଆଉ କିଛି ଅଭିଯୁକ୍ତଙ୍କୁ ବାନ୍ଧିଥିଲା । ତେବେ ଦୀର୍ଘ ଦିନର ତଦନ୍ତ ପରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିବା ଦର୍ଶାଇଛି ସିବିଆଇ । ଏହି ଚାର୍ଜସିଟ୍ରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ଅନେକ ଅଭିଯୁକ୍ତ ରହିଛନ୍ତି । ତେବେ ଚାର୍ଜସିଟ୍ ଦାଖଲ ହୋଇଥିବା ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ବାକି ୭ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

