ଓଡିଶାରାଜନୀତି

ଲାଲୁଙ୍କ ଘରେ ସିବିଆଇ ରେଡ୍

ପାଟନା: ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଆଜି ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଏକକାଳୀନ ମୋଟ୍ ୧୫ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ ।

ଚଢଉ ହେଉଥିବା ବିଭିନ୍ନ ଠିକଣାରେ କାହାରି ପ୍ରବେଶକୁ କଡାକଡି ଭାବେ ନିଷେଧ କରାଯାଇଛି । ଏହି ଦୁର୍ନୀତି ମାମଲା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି ।

Related posts

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

mahabharatanews

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

mahabharatanews

ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews