ଓଡିଶା

ଟୀକା ନନେଇ ମିଳିଲା ସାର୍ଟିଫିକେଟ

(ଜଗନ୍ନାଥ ମହାନ୍ତି/କଟକ) : କରୋନାକୁ ରୋକିବା ପାଇଁ ସରକାର ଟୀକାକରଣ ଆରମ୍ଭ କରିଛନ୍ତି। କିନ୍ତୁ ଏହି ଟୀକାକରଣରେ ବ୍ୟତିକ୍ରମ ଦେଖିବାକୁ ମିଳିଛି କଟକ ସହରରେ । ଟୀକାକରଣର ଦ୍ୱିତୀୟ ଡୋଜ ନନେଇ ମଧ୍ୟ ମିଳିସାରିଛି ସାର୍ଟିଫିକେଟ। କଟକ ବାଦାମ ବାଡ଼ି ଅଞ୍ଚଳର ୬୨ ବର୍ଷୀୟ ପ୍ରସନ୍ନ କୁମାର ବାରିକ ଓ ତାଙ୍କର ପତ୍ନୀ କୁନ୍ତଳା ବାରିକ ଗତ ଏପ୍ରିଲ ମାସ ୧ ତାରିଖରେ ପ୍ରଥମ ଡୋଜ ନେଇଥିଲେ । ନିୟମ ଅନୁଯାୟୀ ଦ୍ଵିତୀୟ ଡୋଜ ୪ ରୁ ୬ ସପ୍ତାହ ମଧ୍ୟରେ ନେବା କଥା। କିନ୍ତୁ ବଡ଼ ଆଶ୍ଚର୍ୟ୍ୟର ବିଷୟ ହେଉଛି ଦ୍ୱିତୀୟ ଡୋଜ ନନେଇ ମଧ୍ୟ ତାଙ୍କୁ ମିଳିସାରିଛି ସାର୍ଟିଫିକେଟ। ଏମିତିକି ଟୀକା ଦେଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ସାର୍ଟିଫିକେଟ ରେ ଉଲ୍ଲେଖ କରାଯାଇଛି। ଏହା ଜାଣିସାରିବା ପରେ ସେ ବାରମ୍ବାର ଟିକାଦାନ କେନ୍ଦ୍ରକୁ ଦୌଡ଼ି ଏହି ସମ୍ପର୍କରେ ପଚାରିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ସେଠାରେ ଦ୍ଵିତୀୟ ଡୋଜ ପାଇଁ ଟୀକା ହିଁ ମହଜୁଦ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଟୀକା ନ ନେଇ କିପରି ପାଉଛି ସାର୍ଟିଫିକେଟ ।

Related posts

ସମସ୍ତ ପଦ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

mahabharatanews

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

mahabharatanews

ଝାରପୋଖରିଆଠାରେ ସିପିଆଇର ଦାଵି ଦିଵସ ପାଳିତ

mahabharatanews