ରାଜନୀତି

ବିଜେଡିର ନୂଆ ରାଜ୍ୟ ମୁଖ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର/ରାଜେଶା ସାହୁ: ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭୂମିପୂଜନ ଅବସରରେ ଦଳର ବହୁ ନେତା, ମନ୍ତ୍ରୀ ଓ ବିରଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।
ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡ଼ା ହୋଇଛି । ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡ଼ିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ବରେ ପହଁଚିଛି । ରଥଯାତ୍ରା ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୂତନ କାର୍ୟ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ୟ୍ୟକ୍ଷମ ହେବ । ଏହା ସହିତ ରକ୍ତ ଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ । ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ୟ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ଦାସ କହିଛନ୍ତି ।
ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ରାଜ୍ୟ କାର୍ୟ୍ୟାଳୟଠୁ ଆରମ୍ଭ କରି ୩୦ ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କାର୍ୟ୍ୟାଳୟ ସ୍ଥାପନ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି ନିର୍ମାଣ କାର୍ୟ୍ୟ ହେବ । ଏହାକୁ ୩ ଟି ମହଲା ଭିତରେ ସଂକ୍ଷିପ୍ତ ରଖାଯିବ । ଏହାର ବାସ୍ତୁ ଓ ନିର୍ମାଣକୁ ସ୍ୱତନ୍ତ୍ର ଭାବେ କରାଯାଇଛି ଯେଉଁଥିରେ ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ଗୁରୁତ୍ୱ ଦିଆଯିବ । ଏହା ଭିତରେ ଏକ ବଡ଼ ଅଡ଼ିଟୋରିୟମ ଓ ରିଟର୍ଣ୍ଣିଂ ରୁମ କରାଯିବାର ବ୍ୟବସ୍ଥା ରଖାଯାଇଛି ।

Related posts

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

mahabharatanews

ଆତଙ୍କବାଦୀ ଗତିବିଧିରୁ କ୍ଷାନ୍ତ ନ ହେଲେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ରହୁ ପାକ: ଶାହା

mahabharatanews

ବିବେକ ଭୋଟ ଦେବା ପାଇଁ କହିଲେ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା

mahabharatanews