ଓଡିଶା

ସରପଞ୍ଚ ପାଇବେ ୧୦ ହଜାର

(ଭୁବନେଶ୍ୱର) : ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ ।

ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା DA+Sitting fee ମଧ୍ୟ ୩୦୦ଟଙ୍କାରୁ ୬୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା DA+SF ମଧ୍ୟ ୩୦୦ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା DA+SFମଧ୍ୟ ୩୦୦ଟଙ୍କାରୁ ୬୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

Related posts

ବାଇକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଯୁବକ ମୃତ

mahabharatanews

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

କୋଭିଡ୍ ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ 

mahabharatanews