ଓଡିଶା

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀର ପେଣ୍ଠକଟା ଅଞ୍ଚଳର ୪ଟି ୱାର୍ଡକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ପେଣ୍ଠକଟା ଅଞ୍ଚଳରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପେଣ୍ଠକଟା ଅଞ୍ଚଳର ୨୫, ୨୬, ୩୧ ଓ ୩୨ ନମ୍ବର ୱାର୍ଡକୁ ଅଧିକ ସଂଖ୍ୟକ ପଜିଟିଭ କେସ ବାହାରିଥିବାରୁ ଏଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଠାରେ କଟକଣା ବଳବତ୍ତର ରହିବ । ଏହି ସମୟରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ ଦ୍ୱାରା ଉକ୍ତ ୱାର୍ଡଗୁଡିକରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଟିମ୍କୁ ଯୋଗାଯୋଗ କରି ଏହି ଅଞ୍ଚଳର ଲୋକମାନେ ଦରକାରୀ ସାମଗ୍ରୀ ଓ ଔଷଧ କିଣି ପାରିବେ । ତେବେ କଣ୍ଟେନମେଣ୍ଟ ଜୋନ ଅବଧି ନ ସରିବା ଯାଏ ଏହି ଅଞ୍ଚଳର ଲୋକମାନେ ଘରୁ ନ ବାହାରିବାକୁ ଏବଂ ଗଳିରେ ଗହଳି ନ କରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ନିବେଦନ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଏଠାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ହେବ । ନିୟମ ଉଲଙ୍ଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Related posts

ଜଳିଗଲା ୪୦ ଶ୍ରମିକ ସେଡ୍‌, ଅଳ୍ପକେ ବର୍ତ୍ତିଲେ ୯୬୦ ଶ୍ରମିକ

mahabharatanews

ପୋଲ ତଳକୁ ଖସି ପଡିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

 ଆଜି ୨୪ ତମ କାରଗିଲ ଦିବସ; ଦେଶ ପାଇଁ ଗୌରବର ଦିନ ଟିଏ

mahabharatanews

Leave a Comment