ଓଡିଶା

କଟକ କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ

(ରିପୋଟର୍ସ ଟୁଡେ/କଟକ): ଭୁବନେଶ୍ୱର ପରେ କଟକରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି । ଆଜି କଟକ ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲର ଜଣେ ପୁରୁଷ ଓ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଂପୃକ୍ତ ୨ ନର୍ସ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ତେବେ ୫୦ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି। ତେବେ ପଜିଟିଭ ଜଣାପଡ଼ିବା ପରେ ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ କଟକ ସିଡିଏ ସେକ୍ଟର-୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Related posts

ଚାଲି ଚାଲି ଔପଦାରୁ ଝାରଖଣ୍ଡ

mahabharatanews

ପୁରୀ ଜିଲ୍ଲାରେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ 

mahabharatanews

ଆଗାମୀ ୩ମାସର ଇପିଏଫ ଭରିବ କେନ୍ଦ୍ର

mahabharatanews