(ରିପୋଟର୍ସ ଟୁଡେ/କଟକ): ଭୁବନେଶ୍ୱର ପରେ କଟକରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି । ଆଜି କଟକ ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲର ଜଣେ ପୁରୁଷ ଓ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଂପୃକ୍ତ ୨ ନର୍ସ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ତେବେ ୫୦ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି। ତେବେ ପଜିଟିଭ ଜଣାପଡ଼ିବା ପରେ ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ କଟକ ସିଡିଏ ସେକ୍ଟର-୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
previous post
next post