ଅପରାଧ

ସ୍କୁଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

(ମହାଭାରତ/ବାରିପଦା): ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌର ପରିଷଦ ଅଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଯୁବକଙ୍କର ଝୁଲନ୍ତା ମୃତ ଶରୀର ଠାବ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ତୁଳସୀଚଉରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଆମ୍ବ ଗଛରେ ବେକରେ ଦଉଡ଼ି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ବାରିପଦା ଟାଉନ୍ ଥାନାକୁ ଖବର ଦେଇଥିଲେ। ତାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା । ତେବେ ମୃତକଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ମୃତକଙ୍କର ପାଦ ତଳେ ଲାଗିଥିବା ହେତୁ ତାଙ୍କୁ ହତ୍ୟା କରାଯାଉଥିବାର ସନ୍ଦେହ କରାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ରପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Related posts

କଳାକନା ବୁଲାଇଲା ଚୋର

mahabharatanews

ହୋଟେଲ ରୁମରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ନଗଡାରେ ହରିଲୁଟ

mahabharatanews

Leave a Comment