ଓଡିଶା

୧୨ଟି ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି । ଲଗାଣ ବର୍ଷା ଧାରାରେ ସାରା ରାଜ୍ୟ ଏବେ ପାଣି ଘେରରେ । ରାଜ୍ୟର ଅନେକ ଜିଲ୍ଲା ଏବେ ପାଣି ଭିତରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବିଦ୍ୟାଳୟଗୁଡିକ ହିଁ କେବଳ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର ମୋଟ ୧୨ଟି ଜିଲ୍ଲାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯୋଗ୍ୟ ଯେ ରାଜ୍ୟର ମୋଟ ୧୨ଟି ଜିଲ୍ଲାକୁ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ନୟାଗଡ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ସମ୍ବଲପୁର, ଅନୁଗୁଳ, ଦେବଗଡ, ସୋନପୁର ଏବଂ ବରଗଡ ମଧ୍ୟ ରେଡ ଜୋନରେ ସାମିଲ ଅଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ତେଣୁ ଏହାପରେ କୋରୋନା ଭୟ ଆହୁରି ଦ୍ୱିଗୁଣିତ ହୋଇଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ।

Related posts

କଂଗ୍ରେସର ଘୋଷଣା ପ୍ରାର୍ଥୀ ; କିଶୋର ଚନ୍ଦ୍ର ପଟେଲ

mahabharatanews

ପୋଖରୀରେ ଖସିପଡିଲା ମହିନ୍ଦ୍ରା ଭ୍ୟାନ

mahabharatanews

ଯଦୁପୁର ପୋଖରି ଶୁଖାଇବ ଏସଆଇଟି

mahabharatanews