ଓଡିଶା

ମହାପ୍ରଭୁଙ୍କୁ ସମର୍ପି ଦେଲେ ୭୫ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର 

(ପୁରୀ) : ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ । ହଁ ଆଂଜ୍ଞା ଦୈନନ୍ଦିନ ବେଶରେ ଲାଗୁଥିବା ଦୁଇଟି ସୂବର୍ଣ୍ଣ ଚିତା ବା ତିଳକ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଗୁଜୁରାଟ ଅହମ୍ମଦାବାଦର ଚିରାଗ ଚିନୁଭାଇ ପଟେଲ । ଦୁଇଟି ସ୍ୱର୍ଣ୍ଣ ତିଳକର ଓଜନ ୧ କେଜି ୭୫ ଗ୍ରାମ । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଚିରାଗ ।

ସୂଚନାନୁଯାୟୀ , ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍ ସୁନାରେ ନିର୍ମାଣ ହୋଇଛି । ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ।

Related posts

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

mahabharatanews

ଓଡ଼ିଶାରେ ଘନ କୁହୁଡ଼ି 

mahabharatanews

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews