ଓଡିଶା

ଲକୁ ଡାଉନକୁ ଫୁ, ଚେଇଁ ସୋଇଛି କି ପ୍ରଶାସନ?

(ଜଳେଶ୍ୱର/ ଅଜିତ ସାହୁ): ସମଗ୍ର ବିଶ୍ଵରେ କୋରୋନା ଆତଂକ ଜାରି ରହିଛି। ଏଥରୁ ଆମ ଦେଶ କି ଆମ ରାଜ୍ୟ ବାଦ ପଡ଼ିନାହିଁ। ଏହି ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ନିର୍ଦିଷ୍ଟ କୌଣସି ଔଷଧ କିମ୍ବା ପ୍ରତିଷେଧକ ବାହାରି ନାହିଁ । ଏହା ଦାଉରୁ ବଞ୍ଚିବା ପାଇଁ ସାମାଜିକ ଦୂରତା, ପରିଷ୍କାର ପରିଛନ୍ନ ନିହାତି ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଜନ ସାଧାରଣ ଘରେ ରହିବେ, ବାହାରକୁ ବାହାରିବେ ନାହିଁ। କୋରୋନାର ମୁକାବିଲା ପାଇଁ ସରକାର ଓ ପ୍ରଶାଶନ ପକ୍ଷରୁ ରାଜ୍ୟ ଓ ଜିଲ୍ଲାର ସୀମାକୁ ମଧ୍ୟ ନାକାବନ୍ଦୀ କରାଯାଇଛି । କେବଳ ଜରୁରୀ କାଳୀନ ସେବା ସହିତ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପାତ୍ର ଯାଆଆସ କରି ପାରିବ। ତେବେ ଏସବୁ ନୀତିନିୟମକୁ ଫୁଉ କରିବା ସହିତ, ଖୋଲା ଖୋଲି ଉଲଂଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏଭଳି ଦାଇତ୍ୱ ହୀନ ଘଟଣା ବାଲେଶ୍ୱର ଜିଲା ବସ୍ତା ତହସିଲ ସିଂଲା ଥାନା ଆମ୍ବକୁଡ଼ଚିରେ ଦେଖିବାକି ମିଳିଛି । ଦିନ ଦିପ୍ରହରେ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଂଜି ପଡୋଶୀ ରାଜ୍ୟର ଏକ ଟ୍ରକ (ଡଈ୩୩ଊ୫୮୭୪) ନମ୍ୱର କୋଇଲା ବୁଝେଇ କରି  ଆମ୍ବକୁଡ଼ଚିରେଥିବା ଏକ ବେଆଇନ ନାଲି ଇଟା ଭାଟିକୁ ଆସିଥିଲା। ବର୍ତ୍ତମାନ ପରିସ୍ଥିତିରେ କୋଇଲା ବୋଝେଇ ଟ୍ରକର ଅବାଧ ପ୍ରବେଶ କୁ ସ୍ଥାନୀୟ ଅଞ୍ଚଳର, କିଛି ସଚେତନ ଯୁବକ ଦୃଢ଼ ବିରୋଧ କରିବା ସହିତ ଗାଡ଼ିକୁ ଅଟକ ରଖି,ସିଂଲା ଥାନାକୁ ଖବର ଦେଇଥିଲେ। କିଛି ସମୟ ପାଇଁ ଗ୍ରାମରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଥାନାକୁ ଆଣିବା ସହିତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏଠାରେ ସୂଚନା ଥାଉକି, ଲକ ଡାଉନ କଟକଣା, ଓ କଡା ପୋଲିସ ପେଟ୍ରୋଲିଂ ପାଇଁ ସାଧାରଣ ଖଟିଖିଆ ଟେ ଘରୁ ବାହାରି ପାରୁ ନାହିଁ, ମାତ୍ର ଉକ୍ତ କୋଇଲା ଟ୍ରକଟି କିପରି ଇଟାଭାଟିକୁ ଆସି ପାରିଲା, ଏହା ପଛରେ କାହାର ଅଦୃଶ୍ୟ ହାତ ରହିଛି। ତେବେ କଣ ଲକ ଡାଉନକୁ ୧୦ ଦିନ ପୁରିଥିଲେ ବି ବେଆଇନ ନାଲି ଇଟା ଭାଟି ବନ୍ଦ ହୋଇନାହିଁ। ବେଧଡ଼କ ଭାବେ ଚାଲିଛି ନାଲି ଇଟା ବ୍ୟବସାୟ । ଏଥୁରୁ ସ୍ପଷ୍ଟ ବାରି ହେଉଛି ନିର୍ଦିଷ୍ଟ କିଛି ଧନୀ, ପ୍ରଭାବ ଶାଳି ବ୍ୟକ୍ତି ବିଶେଷ କୋରୋନା ଓ ଲକ ଡାଉନ ପାଇଁ ସଚେତନ ନାହାନ୍ତି, କିମ୍ବା ସେମାନଙ୍କୁ ଲକ ଡାଉନ କଟକଣା ପରିସର ଭୁକ୍ତ କରିବାରେ ଜିଲା ପ୍ରଶାସନ ସମ୍ପୃର୍ଣ୍ଣ ବିଫଳ। ସାରା ବିଶ୍ୱ ଏକ ଘଡି ସନ୍ଧି ମୁହୁର୍ତରେ ଗତି କରୁଥିବା ବେଳେ ସରକାର ଓ ପ୍ରଶାସନର ନିଷ୍ଠାପରତା, ସ୍ଵଛତା ଓ ପାରିବାପଣିଆ ଉପରେ ସାଧାରଣରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ।

Related posts

କରୋନା ଯୋଦ୍ଧା କୁ ସମ୍ମାନିତ କଲେ ଆସିକା ଏସଡିପିଓ

mahabharatanews

ଆଗାମୀ ୩ଦିନ ବର୍ଷା ସମ୍ଭାବନା ; ୱାର୍ଣ୍ଣିଂ ଜାରି

mahabharatanews

 ଭୁବନେଶ୍ୱର  ଫେରିଲେ ବିଜୟ ମହାନ୍ତି

mahabharatanews