(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ କଟକ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ଜିଲ୍ଲା ପରିଦର୍ଶନ କରିଥିଲେ ।
ସୂଚନାନୁଯାୟୀ , ଶ୍ରୀ ପାଣ୍ଡିଆନ୍ ଆଠଗଡ଼, ତିଗିରିଆ, ଟାଙ୍ଗି ଚୌଦ୍ବାର, ନରସିଂହପୁର, ବଡମ୍ବା, ମହାଙ୍ଗା ଏବଂ ନିଶ୍ଚିତକୋଇଲି ବ୍ଲକରେ ୧୨୫୮ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଜାନୁଆରୀ ୨୦୨୪ ସୁଦ୍ଧା ଏହି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି । ସମୟସୀମା ମଧ୍ୟରେ କାର୍ଯର ସମାପ୍ତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
